ଚିତ୍ରକୋଣ୍ଡା,୮।୧୨(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ମାଲକାନଗିରି ଜିଲାର ଚିତ୍ରକୋଣ୍ଡାରେ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ, ବଜାର ବନ୍ଦ ଥିବାବେଳେ ରାସ୍ତା ଅବରୋଧ କରାଯାଇଛି।