କୃଷି ବିଲ୍‌କୁ ପାଟଣାରେ ବିରୋଧ

ପାଟଣା,୨୫ା୯(ସ୍ବ.ପ୍ର.): ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍‌୍‌କୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ବ୍ଲକ ନବନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି। ପାଟଣା ମୁଖ୍ୟାଳୟ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ବ୍ଲକ ଛକଠାରେ ସଙ୍ଗଠନ ପକ୍ଷରୁ ଶୁକ୍ରବାର କେନ୍ଦ୍ର ସରକାର ୩ ଟି କୃଷକ ବିରୋଧୀ ବିଲ୍‌କୁ ବିରୋଧ କରି ରାସ୍ତାରୋକୋ ଓ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ଉମା ଭାରତ ନେତୃତ୍ୱ ନେଇଥିଲେ। ପାଟଣା ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର, ସହ ସଂଯୋଜକ ଭାବ ଗ୍ରାହୀ ମାହାନ୍ତ, ଜିଲା ସହ ସଂଯୋଜକ ଖଗେଶ୍ୱର ମାହାନ୍ତ,ଉପଦେଷ୍ଟା ଗୌତମ ମାହାନ୍ତ, ସାହାରପଡ଼ା ବ୍ଲକ ସଂଯୋଜକ ବିରେନ୍ଦ୍ର ମାହାନ୍ତ, କୃଷକ ନେତା ରମାକାନ୍ତ ମାହାନ୍ତ, ବ୍ରଜ ମାହାନ୍ତ, ରାଜକିଶୋର ମହାନ୍ତ ଓ ମୋହନ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ। କୃଷକ ନେତା ଉମାଭରତ, ରାଜବଲ୍ଲଭ, ଖଗେଶ୍ୱର ଓ ଗୌତମ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ।

Share