ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି।

ସୂଚନାଯୋଗ୍ୟ, ଭାଜପାରୁ ପ୍ରାର୍ଥୀ ହୋଇଥିବା ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁଦର୍ଶନ ମହାନ୍ତଙ୍କ ସଂଯୋଜନାରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ମମିତା ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସତ୍ୟବ୍ରତ ନାଏକ, ଜିଲା ଯୁବ ମୋର୍ଚ୍ଚା ସଭାପତି ସବୀର ଦାଶ, ଉଦୟପୁର ମଣ୍ଡଳ ସଭାସଭାପତି ନରହରି ମହାନ୍ତ, ସାହାରପଡ଼ା ମଣ୍ଡଳ ସଭାପତି ବୁଲୁ ବାରିକ, କେନ୍ଦେଇପଶି ମଣ୍ଡଳ ସଭାପତି ମିତ୍ରଭାନୁ ମହାନ୍ତ,କେନ୍ଦେଇପଶି ମଣ୍ଡଳ ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ସିଂ ପ୍ରମୁଖ ଯୋଗ ଦେଇ ଆଖିଳ ନାୟକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ନୂତନ ପ୍ରାର୍ଥୀ ଦେବା ପାଇଁ ଦାବି କରିଥିଲେ। ବିଜୟ ବାରିକ ଧନ୍ୟବାଦ ଦେଇଥିଲେ। ୨ହଜାରରୁ ଊର୍ଦ୍ଧ୍ୱ ଭାଜପା କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Share