Advertisement
Categories: କୋରାପୁଟ

ଆନ୍ଧ୍ରର ପ୍ରସ୍ତାବକୁ ବିରୋଧ

ପଟ୍ଟାଙ୍ଗୀ,୧୩।୬(ଡି.ଏନ.ଏ.): ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ନେଇ ସମାଧାନର ବାଟ ବାହାରିବା ଯେତିକି ବିଳମ୍ବ ହେଉଛି ଆନ୍ଧ୍ର ବିବାଦ ବଢାଇବାରେ ସେତିକି ପ୍ରସ୍ତୁତି ଚଳାଇଛି। କୋଟିଆର ତଳ ଗଞ୍ଜେଇପଦରରେ ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରି ଆନ୍ଧ୍ର ଏନେଇ ଏକ ରିପୋର୍ଟ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀଙ୍କୁ ତାଙ୍କ ବାସଗୃହରେ ଭେଟି ଦେଇଥିଲା। ଏହାକୁ ତୀବ୍ର ବିରୋଧ କରିଥିଲେ ବିଧାୟକ ପାଢୀ। ଏହି ଅବସରରେ ସେ କହିଥିଲେ ଯେ, କୋଟିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର। ଯାହା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାର ଅଛି ସେମାନେ ଆନ୍ଧ୍ର ରାଜ୍ୟ ସୀମା ଭିତରେ କରନ୍ତୁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିଲେ ।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ଆନ୍ଧ୍ରର ଏକ ପ୍ରତିନିଧି ଦଳ ଆଇନଜୀବୀ ଆର. ମହେଶ୍ୱର ରାଓଙ୍କ ନେତୃତ୍ୱରେ ପ୍ରଭାକର ହନ୍ତାଳ, ତଳଗଞ୍ଜେଇପଦର ସରପଞ୍ଚ ଦିବାକର ଗେମେଲ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ତଳ ଗଞ୍ଜେଇପଦରରେ ଏକ ପାୱାର ପ୍ଲାଣ୍ଟ ସ୍ଥାପନ ନେଇ ଆଲୋଚନା କରି ନିଜ ପ୍ରସ୍ତୁତ ରିପୋର୍ଟ ବିଧାୟକ ପାଢୀଙ୍କୁ ଦେଖାଇଥିଲେ। ବିଧାୟକ ପାଢ଼ୀ ଉକ୍ତ ପ୍ରସ୍ତାବକୁ ବିରୋଧ କରି ଯାହା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ଚାହଁୁଛ ଆନ୍ଧ୍ର ସୀମା ଭିତରେ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ଠାରୁ ଏହି ପ୍ରତିନିଧି ଦଳ ନିରାଶ ହୋଇ ଜିଲାପାଳ ଅବଦାଲ ଏମ. ଅଖତରଙ୍କୁ ଭେଟି ଆଲୋଚନା କରିଥିଲେ। ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ସେଥିପାଇଁ ଉଭୟ ରାଜ୍ୟର ଜିଲା ପ୍ରଶାସନର ସହଯୋଗର ଆବଶ୍ୟକତା ରହିଛି କହି ଆନ୍ଧ୍ର ସରକାରଙ୍କ ଅନୁମୋଦିତ ଏହି ପ୍ଲାଣ୍ଟ ସମ୍ପର୍କରେ ରିପୋର୍ଟ ଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ଆନ୍ଧ୍ରର ଏହି ପ୍ରସ୍ତାବ ଉପରେ ଜିଲାପାଳ କୌଣସି ସହଯୋଗ କରି ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel