Advertisement

କଟ୍‌ନୀ ଛଟ୍‌ନୀକୁ ବିରୋଧ

ନୟାଗଡ଼,୨୭ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଆର୍‌ଏମ୍‌ସି ୟାର୍ଡଠାରେ ଧାନମଣ୍ଡି ଉଦ୍‌ଘାଟନ ସମୟରେ କଟ୍‌ନୀ ଛଟ୍‌ନୀକୁ ବିରୋଧ ସହ ବିକ୍ଷୋଭ କରାଯାଇଛି। ନବ ନିର୍ମାଣ କୃଷକ ସଂଗଠନ ଓ ଭାଜପା ପକ୍ଷରୁ ବିରୋଧ ହୋଇଥିଲା। ଏପରିକି ସଚେତନତା ରଥ ସମ୍ମୁଖରେ ବିକ୍ଷୋଭ ମଧ୍ୟ ହୋଇଥିଲା। ବିରୋଧ ସତ୍ତ୍ୱେ ଧାନମଣ୍ଡି ଉଦ୍‌ଘାଟନ କରାଯାଇ ଜିଲାରେ ଧାନକିଣାର ଶୁଭାରମ୍ଭ କରାଯାଇଛି। ମଣ୍ଡି ଉଦ୍‌ଘାଟନ ବେଳେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଅତିରିକ୍ତ ଜିଲାପାଳ ଦିଲ୍ଲୀପ ବଳ, ଉପଜିଲାପାଳ ଶଶୀକାନ୍ତ ରାୟ, ନୟାଗଡ଼ ଯୋଗାଣ ଅଧିକାରୀ ବଜେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ସେହି ସମୟରେ ନବ ନିର୍ମାଣ କୃଷକ ସଂଗଠନ ଓ ଭାଜପା ପକ୍ଷରୁ କଟ୍‌ନୀ ଛଟ୍‌ନୀକୁ ବିରୋଧ ନାରା ଦେଇଥିଲେ l ସଚେତନ ରଥ ସମ୍ମୁଖ୍ୟରେ ବସି ବିରୋଧ କରିଥିଲେ। ଗତବର୍ଷ ଜିଲା ପ୍ରଶାସନ ପକ୍ଷରୁ କଟ୍‌ନୀ ଛଟ୍‌ନୀ ହେବନାହିଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କଟ୍‌ନୀ ଛଟ୍‌ନୀ ହୋଇଥିଲା l ଚଳିତବର୍ଷ କଟ୍‌ନୀ ଛଟନୀ ହେଲେ ମଣ୍ଡିରୁ ଧାନ ଉଠାଇ ଦେବେନାହିଁ ବୋଲି ନବନିର୍ମାଣ କୃଷକ ସଂଗଠନ କହିଛି। ନୟାଗଡ଼ ଉପଜିଲାପାଳ କହିଛନ୍ତି କଟ୍‌ନୀ ଛଟ୍‌ନୀ ହେବନାହିଁ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share