ଇଡ୍‌କୋ ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡା ଅଫିସ୍‌,୧୭ା୧: ଲଖନପୁର ତହସିଲ ପିପିଲିମାଲ ଆର୍‌ଆଇ ସର୍କଲ ଅଧୀନ ୧,୦୫୮ଏକର ସରକାରୀ ଜମିକୁ ଇଡ୍‌କୋ ରାଜସ୍ବ ବିଭାଗ ମାଧ୍ୟମରେ ଅଧିଗ୍ରହଣ କରିବାପାଇଁ ପ୍ରୟାସ ଆରମ୍ଭ କରିଛି। ଏଥିମଧ୍ୟରେ ଜଙ୍ଗଲ, ପତିତ, ଗୋଚର ଆଦି କିସମର ଜମି ରହିଛି। ଏହିସବୁ ଜମିକୁ ସ୍ଥାନୀୟ ଲୋକେ ପୂର୍ବପୁରୁଷରୁ ଦଖଲ କରି ବ୍ୟବହାର କରିଆସୁଛନ୍ତି। ରାଜସ୍ବ ବିଭାଗ ତରଫରୁ ଦଖଲରେ ଥିବା ପ୍ରଜାଙ୍କୁ ନୋଟିସ୍‌ ଜାରି ହୋଇଛି। ଏ ସମ୍ପର୍କରେ କାହାର କୌଣସି ଅଭିଯୋଗ ଥିଲେ ସମୟସୀମା ମଧ୍ୟରେ ଲଖନପୁର ତହସିଲଦାରଙ୍କ କୋର୍ଟରେ ଅଭିଯୋଗ କରିପାରିବେ। ଏହି ନିର୍ଦ୍ଦେଶବଳରେ ପ୍ରଜାମାନେ ଲଖନପୁର ତହସିଲ୍‌ କୋର୍ଟରେ ହାଜର ହୋଇ ଜମି ନ ଛାଡିବା ପାଇଁ ଲିଖିତ ଭାବେ ଜଣାଇଥିଲେ। ଏହାକୁ ଜିଲା ପ୍ରଶାସନ ବିଚାରକୁ ନ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରଖିଛନ୍ତି। ଏହା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବଞ୍ଜାରୀ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋମବାର ବଞ୍ଜାରୀ କଲ୍ୟାଣ ମଣ୍ଡପରେ ଗୋପିନାଥ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଖଲରେ ଥିବା ସରକାରୀ ଜମି ନ ଛାଡିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜିଲା ପ୍ରଶାସନ ଜୋରଜବରଦସ୍ତ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇ ଉଚିତ ଜବାବ ଦେବେ ବୋଲି କୁହାଯାଇଛି। ବୈଠକରେ ସାମାଜିକ କର୍ମୀ ବିରଞ୍ଚତ୍ ସାହୁ, ନାଏବ ସରପଞ୍ଚ ବିରଞ୍ଚତ୍ କରାଳୀ, କୃଷ୍ଣଚନ୍ଦ୍ର ଭୋଇ, ମଧୁସୂଦନ ଛତ୍ରିଆ, କୈଳାସ ମାଝି, ହୃଦାନନ୍ଦ ଭୋଇ, ଦେବାନନ୍ଦ କରାଲୀ, ତରୁଣ କିଷାନ, ଲଳିତ ଦୀପ୍‌, ଶଙ୍କର୍ଷଣ ମହାନନ୍ଦ, ରମଣ ସାହୁ, ବିନୋଦ ମାଝି, ଧନଞ୍ଜୟ ଭୋଇ ପ୍ରମୁଖ ଉପସ୍ଥିତଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

‘ବଡ଼ ସହରରେ…’: ଯୌନ ନିର୍ଯାତନା ଭିଡିଓ ଉପରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ବେଙ୍ଗାଲୁରୁ,୭ା୪: ବେଙ୍ଗାଲୁରୁ ରାସ୍ତାରେ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ଅସଦାଚରଣ କରି ଦୌଡ଼ି ପଳାଇଯିବାର ଭିଡିଓ ଉପରେ ଉତ୍ତେଜନା ମଧ୍ୟରେ, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି...

ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ଏମପି ମୁନା ଖାନ୍‌, କହିଲେ-ମୁଁ ସିଧା ଯାଇ…

ଭୁବନେଶ୍ୱର,୭ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ...

ଦେବାଶିଷଙ୍କୁ ସିଧା ଟାର୍ଗେଟ୍‌ କଲେ ସୋଫିଆ, କହିଲେ କଟକର ମୁସଲମାନଙ୍କୁ…

କଟକ,୭ା୪: ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍‌ ବିଲ୍‌ ଭୋଟ୍‌ ବେଳେ ଓ୍ବାକଆଉଟ୍‌କୁ ନେଇ ସିଧା ଟାର୍ଗେଟ କରିଛନ୍ତି...

ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ,୭ା୪(ଅଜିତ୍‌ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ...

ଟାର୍ଗେଟ ପୂରଣ ନ ହେବାରୁ କୁକୁର ଭଳି ବ୍ୟବହାର ଘଟଣା: ଭିଡିଓ ଭାଇରାଲ ପରେ କେରଳ ଶ୍ରମବିଭାଗର ତନାଘନା

କୋଚି, ୭।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ...

ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସିଲେ ସବୁ ସତ…

ଭୁବନେଶ୍ୱର,୭ା୪: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋର୍‌ଦାର ଚର୍ଚ୍ଚା ଚାଲିଛି।...

ଖୋର୍ଦ୍ଧାରେ ଫୁଟିଲା ବୋମା: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଖୋର୍ଦ୍ଧା,୭ା୪: ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ...

ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image