ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ତିରୁପତି ମନ୍ଦିରରେ ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମହାପ୍ରସାଦ ଓ ଘିଅର ମାନ ଯାଞ୍ଚ କରାଯିବ ବୋଲି ଦୁଇ ଦିନ ତଳେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ତେବେ ମହାପ୍ରସାଦ ଯାଞ୍ଚକୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ବିରୋଧ କରାଯାଇଛି। ମହାପ୍ରସାଦ ଯାଞ୍ଚ କରାଯିବା ହେଉଛି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧୀ। ତେଣୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରାଯିବ ନାହିଁ ବୋଲି ସୁଆର ମହାସୁଆର ନିଯୋଗ କହିଛି।
ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ମହାପ୍ରସାଦର ମାନ ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିରରେ ରୋଷପାଇକ, ତଳୁଚ୍ଛ, ଭିତରଚ୍ଛ, ରୋଷନାୟକ, ଅମିନ ମହାସୁଆର ଆଦି ରହିଛନ୍ତି। ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ସାମଗ୍ରୀର ମାନ ଯାଞ୍ଚ କରିବା ହେଉଛି ପ୍ରଶାସନର ଦାୟିତ୍ୱ। ପ୍ରଶାସନ ଯଦି ଶ୍ରୀମନ୍ଦିରକୁ ଉତ୍ତମ ସାମଗ୍ରୀ ପଠାଇବ, ତେବେ ଭଲ ମହାପ୍ରସାଦ ମିଳିବ। ସ୍ବତ୍ୱଲିପି ଅନୁଯାୟୀ, ମହାପ୍ରସାଦ ତଦାରଖ ନିମନ୍ତେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ନିୟୋଜିତ କରାଯାଇଆସୁଛି। ମହାପ୍ରଭୁଙ୍କୁ ଭୋଗ ଲାଗିହେବା ପରେ ମହାପ୍ରସାଦରେ ପରିଣତ ହୋଇଥାଏ। ମହାପ୍ରସାଦ କୈବଲ୍ୟ ପାଲଟିଯାଏ। ମହାପ୍ରସାଦ କାଣିଚାଏ ମିଳିଗଲେ, ମହାପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମହାପ୍ରସାଦ ହେଉଛି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ଭକ୍ତିର ପ୍ରତୀକ। ମହାପ୍ରଭୁଙ୍କଠାରେ ଲାଗି ହୋଇଥିବା ମହାପ୍ରସାଦର ମାନ ଯାଞ୍ଚ ନେଇ ଚିନ୍ତା କରିବା ମହାପାପ। ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ। ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଯାଉଥିବା ଚାଉଳ, ପନିପରିବା, ଘିଅ ଏବଂ ଅନ୍ୟ ସାମଗ୍ରୀର ଯାଞ୍ଚକୁ କଡ଼ାକଡ଼ି କରାଯାଉ। କିନ୍ତୁ ମହାପ୍ରଭୁଙ୍କୁ ଲାଗିହେବା ପରେ ମହାପ୍ରସାଦର ଯାଞ୍ଚ କଦାପି ଗ୍ରହଣୀୟ ନୁହେଁ। ସରକାର ନିଯୁକ୍ତ କରୁଥିବା ଫୁଡ୍‌ ସେଫ୍ଟି ଅଫିସରମାନେ ବାସି ଅବଢ଼ା, ବାସି ପିଠା ସମେତ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେବାକୁ ଯାଉଥିବା କଞ୍ଚା ସାମଗ୍ରୀର ଯାଞ୍ଚ କରିପାରିବେ। ସେହିପରି ସୂପକାରମାନେ ଘିଅ ପ୍ରସ୍ତୁତ କରି ନ ଥାନ୍ତି। ମାର୍କେଟରୁ ଯେଉଁ ଘିଅ ଶ୍ରୀମନ୍ଦିରକୁ ଯାଇଥାଏ, ତାହାକୁ ବ୍ୟବହାର କରି ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ। ପ୍ରଶାସନ ଯଦି ଠିକ୍‌ ଘିଅ ଭିତରକୁ ଛାଡ଼ିବ ତେବେ ଭଲ ଜିନିଷ ପ୍ରସ୍ତୁତ ହେବ। ଭଲ ଘିଅ ପାଇଁ ଗୋଶାଳାର ମଧ୍ୟ ଆବଶ୍ୟକତା ରହିଛି। ଭକ୍ତମାନେ ମହାପ୍ରସାଦକୁ ଶୁଖାଇ ବହୁଦିନ ପର୍ଯ୍ୟନ୍ତ ନିର୍ମାଲ୍ୟ ରୂପେ ପାଇଥାନ୍ତି। ମହାପ୍ରସାଦ ସହିତ ଭକ୍ତଙ୍କ ଭାବାବେଗ ଜଡ଼ିତ। ମହାପ୍ରସାଦର ମାନ ପରୀକ୍ଷା କରିବା ଜଗନ୍ନାଥଙ୍କୁ ଅପମାନ ସଦୃଶ। ତେଣୁ ଆଇନମନ୍ତ୍ରୀ ତାଙ୍କ ମନ୍ତବ୍ୟରୁ ଓହରିବା ଆବଶ୍ୟକ। ଅପରପକ୍ଷେ ଶ୍ରୀମନ୍ଦିର ବାହାରେ ଅନେକ ଦୋକାନରେ ବିଭିନ୍ନ ତେଲରେ ଖଜା ପ୍ରସ୍ତୁତ ସହ ପ୍ରସାଦ କହି ଭକ୍ତଙ୍କୁ ବିକ୍ରି କରାଯାଉଛି। ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ବାହାରେ ବିକ୍ରି କରାଯାଇପାରିବନାହିଁ ବୋଲି ସ୍ବତ୍ୱଲିପିରେ ଉଲ୍ଲେଖ ରହିଛି। ମାତ୍ର ପ୍ରଶାସନର ଅବହେଳା ଯୋଗୁ ବାହାରେ ଭକ୍ତଙ୍କୁ ମହାପ୍ରସାଦ କହି ଖଜା ବିକ୍ରି କରାଯାଉଛି। ଏହାକୁ ପ୍ରଶାସନ ଟ୍ୟାଗ୍‌ ଦେଉ, ଯାହାର ଦରକାର ସେ ଶ୍ରୀମନ୍ଦିରରୁ ଖଜା ନେଇ ଦୋକାନରେ ବିକ୍ରି କରନ୍ତୁ। ଫଳରେ ଭକ୍ତମାନେ ଉଚିତ ଭୋଗ ପାଇପାରିବେ। ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ଖଜାର ମାନ ଯାଞ୍ଚ କରାଯାଉ ବୋଲି ପଦ୍ମନାଭ କହିଛନ୍ତି। ଉଲ୍ଲେଖ ଥାଉ କି, ଅନେକ ଭକ୍ତ ଓ ସେବାୟତ ମଧ୍ୟ ମହାପ୍ରସାଦ ମାନ ଯାଞ୍ଚକୁ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ରାଜ୍ୟରେ ୩ ନୂଆ ସିଭିଲ ଜଜ୍‌ କୋର୍ଟ ଗଠିତ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ରାଜ୍ୟରେ ହେବ ଆଉ ୨୦ NAC: ମନ୍ତ୍ରୀ

ଭୁବନେଶ୍ୱର,୨୩ା୪: ରାଜ୍ୟରେ ଆଉ ନୂଆ ୨୦ NAC ଗଠନ ପାଇଁ ପ୍ରକ୍ରିୟା ତ୍ୱରିତ ହୋଇଛି। NAC ହେବା ପାଇଁ ଜିଲାଗୁଡ଼ିକରୁ ଆସିଛି ରିପୋର୍ଟ। ତେବେ ତର୍ଜମା...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image