କେନ୍ଦୁଝର,୧୯ା୫(ସ୍ବ.ପ୍ର.): ସ୍ଲରି ପାଇପ୍ରେ ଲୁହାପଥର ପରିବହନକୁ ବିରୋଧ କରି ଗୁରୁବାର କେନ୍ଦୁଝର ଜିଲାର ଟ୍ରକ୍ମାଲିକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ବହୁ ଆଗରୁ ବିପର୍ଯ୍ୟସ୍ତ ରାସ୍ତାରେ ଲୁହାପଥର ପରିବହନ କରି ସରକାରଙ୍କ ରାଜସ୍ବ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଣୁ ପାଇପ୍ଲାଇନ ଦାରା ଲୁହାପଥର ପରିବହନ ହେଲେ ବହୁ ଜୀବନ ଜୀବିକା ହରାଇବେ ବୋଲି ମତ ପ୍ରକାଶ ପାଇଛି। ଖଣି ମାଲିକ ଓ କାରଖାନା ମାଲିକ ପାଇପ ଦ୍ୱାରା ଲୁହାପଥର ପରିବହନ କରିବାକୁ ନିଷ୍ପତ୍ତି ନେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଅନୁମତି ନ ଦେବାକୁ ନିବେଦନ କରିଛନ୍ତି। ସ୍ଥାନୀୟ କାଳୀପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି।