Advertisement

ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅଧୀନ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ ଦେବା ପାଇଁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ତହସିଲ ପକ୍ଷରୁ କୋର୍ଟରୁ ୭୦ଜଣଙ୍କୁ ନୋଟିସ୍‌ ଜାରି ହୋଇଛି। କୋର୍ଟଙ୍କ ଆଦେଶ ପାଳନ କରି ବରତାପ ମୌଜାର ୭୦ଜଣ ଲଖନପୁର ତହସିଲ୍‌ କୋର୍ଟରେ ହାଜର ହୋଇ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ କ୍ରମେ ପୂର୍ବପୁରୁଷରୁ ଏହି ସରକାର ଜମି ଦଖଲ କରିଆସୁଛନ୍ତି। ଏହା ସେମାନଙ୍କ ଜେଜେ ବାପା ଓ ବାପାଙ୍କ ନାମରେ ରହିଛି। ତେଣୁ ଇଡ୍‌କୋ ବଦଳରେ ସେମାନଙ୍କ ନାମରେ ପଟ୍ଟା ଦିଆଯାଉ ବୋଲି ଦାବି କରି ତହସିଲଦାରଙ୍କୁ ଜଣାଇଛନ୍ତି। ଗୋପୀନାଥ ମାଝି, ଶରତଚନ୍ଦ୍ର ପ୍ରଧାନ, ସଂକୀର୍ତ୍ତନ କୁମୁରା, ବେଦବ୍ୟାସ ସାହୁ, ତେଜରାଜ ବଢେଇ, ଜୟରାମ ଖରସେଲ୍‌,ଶେଷଦେବ ଭୋଇ,ରବିନ୍ଦ୍ର ନାଗ,ମଧୁ ପିଙ୍ଗ ପ୍ରମୁଖ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ। ସୂଚନାଯୋଗ୍ୟ ବରତାପ ମୌଜାର ଖାତା ନଂ.୯୯ କିସମ ସର୍ବସାଧାରଣ ୦.୭୬୦ ଏକର ଓ ଖାତା ନଂ.୧୦୦ କିସମ ଅ

Subscribe to Dharitri WhatsApp ChannelSubscribe to Dharitri WhatsApp Channel