ଲକ୍‌ଡାଉନ୍‌କୁ ବିରୋଧ: ୧୫୫ ଗିରଫ

ଲଣ୍ଡନ,୨୯।୧୧: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ରେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ଡିସେମ୍ବର ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏନେଇ ସୂଚନା ଦେଇଥିଲେ। ତେବେ ଏହାକୁ ବିରୋଧ କରି ଲୋକେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଲକ୍‌ଡାଉନ୍‌କୁ ବିରୋଧ କରୁଥିବା ୧୫୫ ଜଣଙ୍କୁ ସ୍କଟ୍‌ଲାଣ୍ଡ ୟାର୍ଡ ପୋଲିସ ପକ୍ଷରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଲୋକଙ୍କ ମଧଥ୍‌ର କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା କେତେକ ଅମାନିଆ ରହିଥିବା ପୋଲିସ ସୁପରିଟେଣ୍ଡେଣ୍ଟ୍‌ ଷ୍ଟୁଆର୍ଟ ବେଲ୍‌ କହିଛନ୍ତି। ଦେଶରେ କରୋନା ମହାମାରୀ ପୁଣିଥରେ ଫେରିଥିବାରୁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ଉପରେ ଗୁରତ୍ୱାରୋପ କରାଯାଉଥିବା ସେ କହିଛନ୍ତି।

Share