Posted inଜାତୀୟ

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା, ସତ୍ୟପାଲଙ୍କ ବଦଳରେ ବି.ଡ଼ି. ମିଶ୍ରା ମେଘାଳୟର ନୂଆ ରାଜ୍ୟପାଳ…

ନୂଆଦିଲ୍ଲୀ/ଶିଲଂ,୪।୧୦ : ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଛି। ଅକ୍ଟୋବର ୩ରେ ସତ୍ୟପାଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ଏହାକୁ ଆଉ ବୃଦ୍ଧି କରା ଯାଇ ନାହିଁ। ମଙ୍ଗଳବାର ମେଘାଳୟର ନୂତନ ରାଜ୍ୟପାଳ ଭାବେ ବିଡି ମିଶ୍ରା ଶପଥ ଗ୍ରହଣ କରିଛନ୍ତି।

ପୂର୍ବତନ ଭାରତୀୟ ସେନା ବ୍ରିଗେଡିୟର୍‌ ମିଶ୍ରା ୨୦୧୭ ମସିହାରୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କୁ ପଡୋଶୀ ରାଜ୍ୟ ମେଘାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଶପଥ ଗ୍ରହଣ ସମାରୋହରେ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡୋହ ଏବଂ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା ନୂତନ ରାଜ୍ୟପାଳଙ୍କୁ ସ୍ବାଗତ କରିଛନ୍ତି।

ସେ ଟୁଇଟ କରି କହିଛନ୍ତି, ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ବ୍ରିଗେଡିୟର୍‌ ବିଡି ମିଶ୍ର ଜୀଙ୍କୁ ଅନେକ ଅଭିନନ୍ଦନ। ତୁମର ମାର୍ଗଦର୍ଶନ ଏବଂ ସହଯୋଗ ପାଇବାକୁ ଆଶା କରେ। ଏହି ସୁନ୍ଦର ରାଜ୍ୟରେ ଆମେ ଆପଣଙ୍କୁ ସ୍ବାଗତ କରୁଛୁ ।

କୁହାଯାଉଛି ଯେ ସତ୍ୟପାଲ ମଲିକ ମୋଦି ସରକାରଙ୍କୁ ବିରୋଧ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଯେତେବେଳେ ସେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିଲେ ସେତେବେଳେ ସେ ଶାସକ ଦଳର ନେତାମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହା ପରେ ମୋଦି ସରକାର ତିନୋଟି ନୂତନ କୃଷି ଆଇନକୁ ବିରୋଧ କରିଥିଲେ। ସେ ମୋଦିଙ୍କ ବିରୋଧରେ ଅନେକ ବିବାଦୀୟ ବିବୃତ୍ତି ମଧ୍ୟ ଦେଇଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅହଂକାରୀ ମଧ୍ୟ କହିଛନ୍ତି।

ଯଦିଓ ରାଜ୍ୟପାଳ ପଦରୁ ଅବସର ନେବା ପରେ ସେ ଏକ ରାଜନୈତିକ ଦଳରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ସେ ଏହି କଳ୍ପନା ଜଳ୍ପନାକୁ ଖଣ୍ଡଦ କରିଦେଇଥିଲେ। ମଲିକଙ୍କ ଅନୁଯାୟୀ ସେ ଅବସର ପରେ ଚାଷୀଙ୍କ ପାଇଁ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri