ମୁଜାଫରାବାଦ, ୧୩।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାରକୁ ନିଜ ଦେଶରେ ମଧ୍ୟ ଲୋକେ ବିରୋଧ କରୁଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗିଲଗିଟ୍ ବଲ୍ଟିସ୍ତାନକୁ ପ୍ରଦେଶର ମାନ୍ୟତା ଦେବାକୁ ନେଇ ପାକିସ୍ତାନ ସରକାରଙ୍କ ଯୋଜନାକୁ ଲୋକେ ବିରୋଧ କରିଛନ୍ତି। ଏନେଇ ମୁଜାଫରାବାଦ, କରାଚି, ହୁଞ୍ଜା ଆଦି ସହରରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛି। ସରକାରଭ୍କ ନୂଆ ଯୋଜନା ଦ୍ୱାରା ଗିଲଗିଟ୍ ବଲ୍ଟିସ୍ତାନ ପୂର୍ବ ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଆସିବ। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦା କୌଣସି ପ୍ରକାରେ ଉପକୃତ ହେବେ ନାହିଁ ବୋଲି ଅଭିଯୋଗ ହେଉଛି।