Categories: ଜାତୀୟ

ସନାତନ ଧର୍ମକୁ ବିରୋଧ, ମିଳିତ ମେଣ୍ଟ ‘ଇଣ୍ଡିଆ’ର ସୁଚିନ୍ତିତ ରଣନୀତି: ନଡା

ନୂଆଦିଲ୍ଲୀ,୧୨।୯: ସନାତନ ଧର୍ମକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନାଁ ଧରୁନାହିଁ। ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସହ କଂଗେସକୁ ମଧ୍ୟ ଟାର୍ଗେଟ କରିଛି ଭାଜପା। କାରଣ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ତଥା କଂଗ୍ରେସ ବିଧାୟକ ପ୍ରିୟଙ୍କ ଖାର୍ଗେ ଉଦୟନିଧିଙ୍କ ମନ୍ତବ୍ୟକୁ ସମର୍ଥନ କରିଚନ୍ତି। ସନାତନ ଧର୍ମକୁ ବିରୋଧ, ମିଳିତ ମେଣ୍ଟ ‘ଇଣ୍ଡିଆ’ର ସୁଚିନ୍ତିତ ରଣନୀତି ବୋଲି ଭାଜପା ସଭାପତି ଜେପି ନଡା ଅଭିଯୋଗ କରିଛନ୍ତି।
ଭାଜପା ସଭାପତି ଜେପି ନଡା କହିଛନ୍ତି ଯେ, ମୁମ୍ବାଇରେ ବିରୋଧୀ ଦଳ ‘ଇଣ୍ଡିଆ’ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ଠିକ ଦୁଇ ଦିନ ପରେ ସନାତନ ଧର୍ମକୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବିବୃତ୍ତି ଆସିଥିଲା। ଉଦୟନିଧିଙ୍କ ପରେ ପ୍ରିୟଙ୍କ ଖାର୍ଗେ ମଧ୍ୟ ସନାତନ ଧର୍ମ ଉପରେ ଆକ୍ରମଣ କରିଥିଲେ। ଆଜି ଡିଏମକେ ଶିକ୍ଷା ମନ୍ତ୍ରୀ କେ. ପୋନମୁଡୀ ସ୍ବୀକାର କରିଛନ୍ତି ଯେ, ‘ଇଣ୍ଡିଆ’ ମେଣ୍ଟ ସନାତନ ଧର୍ମକୁ ବିରୋଧ କରିବାକୁ ହିଁ ଗଠନ ହୋଇଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦ୍ୱାରା ଏହା ଏକ ସୁଚିନ୍ତିତ ରଣନୀତିର ଏକ ଅଂଶ।

Share