ବେଆଇନ ହଷ୍ଟେଲ ନିର୍ମାଣକୁ ବିରୋଧ

ବାଲେଶ୍ବର ଅଫିସ, ୧୮।୧୧: ବାଲେଶ୍ବର ଜିଲାସ୍କୁଲ ପୂର୍ବରେ ବେଆଇନ ହଷ୍ଟେଲ ନିର୍ମାଣକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିରୋଧ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ବିରୋଧ କରି କମିଟିର କର୍ମକର୍ତ୍ତା ବାଲେଶ୍ବର ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶିକା ସୁରେଖା ତରାଇଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ମୋଟ ୧୨ ଏକର ୬୧ ଡିସିମିଲ ଜାଗା ବିଶିଷ୍ଟ ଜିଲା ସ୍କୁଲ ଏକ ଐତିହାସିକ ବିଦ୍ୟାଳୟ। ତେବେ ନିର୍ଦ୍ଦିଷ୍ଟ ଜାଗା ଉପରେ ମାମଲା ଚାଲିଥିବା ବେଳେ ଏଭଳି ପରିସ୍ଥିତିରେ ଏହି ଜମି ରପରେ କୌଣସି ପ୍ରକଳ୍ପର ନିର୍ମାଣ ହୋଇପାରିବନି । ମାତ୍ର ବେଆଇନ ଭାବେ ସେଠାରେ ଟିଆରଡବ୍ଲ୍ୟୁ ହଷ୍ଟେଲ ନିର୍ମାଣ ଚାଲିଥିବା ସେମାନେ ଅଭିଯୋଗ ହୋଇଛି।