ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବର୍ଦ୍ଧିତ ବିଦ୍ୟୁତ୍‌ ଦେୟ ଦେଇ ରାଜ୍ୟବାସୀ ଶୋଷଣର ଶିକାର ହେବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଦଳର ରାଜ୍ୟ କମିଟି ସଭାପତି ରବି ବେହେରା କହିଛନ୍ତି, ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ବେଦାନ୍ତ ତା’ର ଥର୍ମାଲ ପାୱାର ପ୍ଲାଣ୍ଟରୁ ବିଜୁଳି ନ ଦେବା ପାଇଁ ଚକ୍ରାନ୍ତ କରି ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ଗତ ସୋମବାର ଅର୍ଥାତ୍‌ ୨୧ ତାରିଖରୁ ପ୍ଲାଣ୍ଟକୁ ବନ୍ଦ କରିଛି। ଫଳରେ ଓ.ଇ.ଆର୍‌.ସି. ଗତ ସପ୍ତାହକ ତଳେ ତଥା ଗତ ଶନିବାର ଦେଇଥିବା ରାୟ ମୂଲ୍ୟହୀନ ହୋଇଗଲା ବୋଲି ବେହେରା କହିଛନ୍ତି। ଗ୍ରୀଡ୍‌କୋ ରାଜ୍ୟବାସୀଙ୍କୁ ବିଜୁଳି ଯୋଗାଇବା ପାଇଁ ବର୍ତ୍ତମାନ ବାହାରୁ ବିଜୁଳି କିଣିବ। ୟୁନିଟ୍‌ ପିଛା ୨ଟଙ୍କା ୫୨ ପଇସା ବଦଳରେ ଏବେ ୪ଟଙ୍କା ୬୯ ପଇସାରେ ବିଜୁଳି କିଣାହେବ, ଯାହାର ବୋଝ ବୋହିବେ ୯୨ଲକ୍ଷ ଗ୍ରାହକ। ତିନିମାସକୁ ହାରାହାରି ୧୬୩ କୋଟି ଟଙ୍କା ଗଣିବେ। ବେଦାନ୍ତ – ଓଇଆର୍‌ସି – ଗ୍ରୀଡ୍‌କୋ- ଶକ୍ତି ବିଭାଗର ଇନ୍ଦ୍ରଜାଲ ଭିତରେ ରାଜ୍ୟବାସୀ ଫସିଯାଇଛନ୍ତି। ବିଦ୍ୟୁତ୍‌ ଘରୋଇକରଣ ଓ ସଂସ୍କାର ନାମରେ ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟବାସୀ ଶୋଷଣର ଶିକାର ହେବାରେ ଲାଗିଛନ୍ତି। ତେଣୁ ସରକାର ତୁରନ୍ତ ବିଦ୍ୟୁତ୍‌ ସଂସ୍କାର ଉପରେ ଏକ ‘ଶ୍ୱେତପତ୍ର’ ପ୍ରକାଶ କରନ୍ତୁ ଓ ରାଜ୍ୟବାସୀଙ୍କୁ ବର୍ଦ୍ଧିତ ଶୁଳ୍କ କବଳରୁ ରକ୍ଷା କରନ୍ତୁ। ତାହା ନ ହେଲେ ଆଗାମୀ ଦିନରେ ବିଦ୍ୟୁତ୍‌ ଶୁଳ୍କକୁ ନେଇ ଜନଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବେହେରା ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri