ବଲାଙ୍ଗୀର ଅଫିସ,୨୩।୫: ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସୋମବାର ବଲାଙ୍ଗୀରରେ ବିରୋଧ କରାଯାଇଛି। ଏପରିକି ବଲାଙ୍ଗୀର ଆକ୍ସନ କମିଟି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେଡି, ଭାଜପା, କଂଗ୍ରେସ ସହ ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନର ପ୍ରତିନିଧି ଯୋଗଦେଇଥିଲେ । ଏହି ଅବସରରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମ୍ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି ହୋଇଛି।