ପୁରୀ ଅଫିସ,୯।୧୦: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୭ ମିଟର ଐତିହ୍ୟ କରିଡର ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଶୁକ୍ରବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଜନଶୁଣାଣି ଚାଲିଛି। ଏହାକୁ ବିରୋଧ କରି ଭାଜପା ପକ୍ଷରୁ ଭକ୍ତ ନିବାସ ସମ୍ମୁଖରେ ଧାରଣା ଦିଆଯିବାକୁ ଘୋଷଣା କରାଯାଇଥିଲା। ଭାଜପା କର୍ମୀମାନେ ଶୋଭାଯାତ୍ରାରେ ଆସୁଥିବା ବେଳେ ମାର୍କେଟ ଛକ ନିକଟରୁ ପୋଲିସ ସେମାନଙ୍କୁ ଧରି ନେଇଛି। ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୂର୍ବରୁ ୭୫ ମିଟର ପରିଧି ମଧ୍ୟରେ ଭଙ୍ଗାଯାଇଥିବା ଘର ତଥା ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନଙ୍କୁ ଥଇଥାନ କରାଯାଇ ନାହିଁ। ପୁଣି ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ଏହି ଜନଶୁଣାଣି କେବଳ ଧର୍ମକୁ ଆଖିଠାର। ସମସ୍ତ ବ୍ୟବସାୟୀ ଆଜି ବୃତ୍ତି ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତେଣୁ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଥଇଥାନ ପାଇଁ ଭାଜପା ଦାବି କରିଛି।