ଚିତ୍ରକୋଣ୍ଡା,୧୧ା୭(ଡି.ଏନ୍.ଏ.): ମାଲକାନଗିରି ଏସ୍ପିଙ୍କ ବଦଳି ପ୍ରତିବାଦରେ ଶନିବାର ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି ହୋଇଛି। ସ୍ବାଭିମାନ ଅଞ୍ଚଳର ଯଡାମ୍ବଠାରେ ୩ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକାଠି ହୋଇ ଏସ୍ପିଙ୍କ ବଦଳିକୁ ବିରୋଧ କରିଥିଲେ।
ମାଲକାନଗିରି ଏସ୍ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କର ମୟୂରଭଞ୍ଜ ଜିଲାକୁ ବଦଳି ହୋଇଯାଇଥିବା ଖବର ପାଇବା ପରେ ଏହିସବୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏସ୍ପି ଖିଲାରୀଙ୍କ ଦ୍ୱାରା ସେମାନେ ବହୁଳ ଭାବେ ଉପକୃତ ହୋଇଥିବା କହିଛନ୍ତି।