ୱେସ୍କୋ ଘରୋଇକରଣକୁ ବିରୋଧ

ଦେବଗଡ଼,୧୮ା୧୨ (ଡି.ଏନ୍‌.ଏ.)
ୱେସ୍କୋ ଘରୋଇକରଣକୁ ବିରୋଧ କରି ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ ା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ହିରା ଜିଇଡ଼ି କର୍ମଚାରୀ ସଂଘ, ସ୍ବେସ୍କୋ ଇଞ୍ଜିନିୟର୍ସ୍‌ ସର୍ଭିସ୍‌ ଆସୋସିଏଶନ୍‌ ଏବଂ ଡ଼ିପ୍ଲୋମା ଇଞ୍ଜିନିୟର୍ସ୍‌ ସଂଘ ସଦସ୍ୟମାନେ ସରକାରଙ୍କ ଘରୋଇକରଣକୁ ଜନବିରୋଧି କାର୍ଯ୍ୟ ବୋଲି କହିଥିଲେ ା ଧାରଣାରେ ଦେବଗଡ଼ ବିଦ୍ୟୁତ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ ା

Share