Posted inଜାତୀୟ

ବିଗିଡି ଗଲା ବିରୋଧୀ ଏକତା ଗେମ୍‌ପ୍ଲାନ୍‌, କଂଗ୍ରେସକୁ ବଡ ଭାଇ ମାନିବାକୁ ନାରାଜ: ମମତା-ଅଖିଳେଶ ଶପଥ ଗ୍ରହଣ ଉତ୍ସବରୁ ଦୂରେଇଲେ…

ବେଙ୍ଗାଲୁରୁ,୨୦।୫ : ସିଦ୍ଧରମୈୟା କର୍ନାଟକରେ ମୁକୁଟ ପିନ୍ଧିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ସହ ସେ ଦ୍ୱିତୀୟ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କର୍ନାଟକ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ଶପଥ ଗ୍ରହଣ କରାଇଛନ୍ତି। ବେଙ୍ଗାଲୁରୁର କାଣ୍ଟେରାଭା ଫୁଟବଲ ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ବ୍ୟତୀତ ଅନେକ ପୂର୍ବତନ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଦଳର ସମସ୍ତ ବରିଷ୍ଠ ନେତାମାନେ ସେମାନଙ୍କ ଉପସ୍ଥିତ ଥିଲେ। ଆଶା କରାଯାଉଥିଲା ଶପଥ ଗ୍ରହଣ ଉତ୍ସବରେ ସମସ୍ତ ବିରୋଧୀ ଉପସ୍ଥିତ ରହିବେ। କିନ୍ତୁ ତାହା ହୋଇ ନ ଥିଲା। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଅନୁପସ୍ଥିତ ଥିଲେ।

ଭାଜପା ବିରୋଧରେ ମିଳିତ ବିରୋଧୀ ଏକତାର ସ୍ଲୋଗାନ ଦେଉଥିବା ନେତାଙ୍କ ମଧ୍ୟରେ ମମତା ଏବଂ ଅଖିଳେଶ ଶୀର୍ଷରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ୍‌ ପ୍ଲାଟଫର୍ମ ଖୋଜୁଥିବା ମମତା ଏବଂ ଅଖିଳେଶ ମିଳିତ ବିରୋଧୀ ଏକତା ପାଇଁ ବିରୋଧୀ ଦଳଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି। କର୍ନାଟକରେ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ-ବିରୋଧୀ ଦଳକୁ ସମର୍ଥନ କରୁଥିବା ଏହି ନେତାଙ୍କ ଅନୁପସ୍ଥିତି ପଛରେ ପରିସ୍ଥିତି ସ୍ପଷ୍ଟ ହୋଇଛି। ଯେ କୌଣସି ପ୍ରକାରେ କଂଗ୍ରେସକୁ ବଡ ଭାଇ ଭାବରେ ବିବେଚନା କରିବାକୁ ଉଭୟ ନେତା ପ୍ରସ୍ତୁତ ନୁହଁନ୍ତି। ତେବେ ଭାଜପାର ପରାଜୟ ପରେ ଖୁସି ବ୍ୟକ୍ତ କରିଥିବା ମମତା ସ୍ପଷ୍ଟ କରିଛନ୍ତି ତାଙ୍କ ସଂଗ୍ରାମ ସର୍ବଦା ଭାଜପା ବିରୋଧରେ ହେବ। ଏନେଇ ଯଦି ସେ କାହାର ସମର୍ଥନ ପାଆନ୍ତି ତେବେ ତାଙ୍କର କୌଣସି ଆପତ୍ତି ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ କହିଛି. ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ବିଏସପି ମୁଖ୍ୟ ମାୟାବତୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri