Categories: ଜାତୀୟ

ବିରୋଧୀ ଏକତା ବୈଠକ: ଦିନକ ପରେ ବେଙ୍ଗାଲୁରୁ ଯିବେ ଶରଦ ପାଓ୍ବାର…

ମୁମ୍ବାଇ୧୭।୭ : ସୋମବାରଠାରୁ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଙ୍କ ଦୁଇ ଦିନିଆ ଏକତା ବବୈଠକରେ ଦେଶର ବିରୋଧୀ ଦଳର ବରିଷ୍ଠ ନେତାମାନେ ଯୋଗଦେବେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବାର ରଣନୀତି ଉପରେ ଆଲୋଚନା କରିବେ। ଏହି ବୈଠକରେ ୨୬ ଟି ଦଳର ଅଂଶଗ୍ରହଣ ହେବ। ଗତ ମାସରେ ଜୁନ ୨୩ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିମନ୍ତ୍ରଣ କ୍ରମେ ପାଟନାରେ ବିରୋଧୀ ସଭାରେ ମାତ୍ର ୧୭ ଟି ଦଳ ଯୋଗ ଦେଇଥିଲେ।

ଏନସିପି ମୁଖପାତ୍ର ମହେଶ ତାପସେ ଟୁଇଟ କରି କହିଛନ୍ତି ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ସୁପ୍ରିୟା ସୁଲେ ଜୁଲାଇ ୧୮, ମଙ୍ଗଳବାର ଦିନ ବିରୋଧୀ ସଭା ପାଇଁ ବେଙ୍ଗାଲୁରୁ ଯିବେ। ତେବେ ସେମାନେ ସୋମବାର ବେଙ୍ଗାଲୁରୁ ଯିବେନି

ବିରୋଧୀ ଏକତା ପାଇଁ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଯୋଗଦେବେ। ଏହି ସମୟରେ ଦଳର ନେତା ରାମ ଗୋପାଳ ଯାଦବ କହିଛନ୍ତି ଏହି ବୈଠକ ୨୦୨୪ ର ଦିଗ ବଦଳାଇବ।

Share