Categories: ଜାତୀୟ

ପ୍ରଧାନମନ୍ତ୍ରୀ ପଦ ଲୋଭରେ ବିରୋଧୀ ହୋଇଛନ୍ତି ଏକଜୁଟ: ବିଆରଏସ ନେତା…

ହାଇଦ୍ରାବାଦ,୨୬।୬ : ଜୁନ ୨୩ ରେ, ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିରୋଧୀ ଏକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ବିଆରଏସର କାର୍ଯ୍ୟରତ ସଭାପତି ତଥା ତେଲେଙ୍ଗାନା ସରକାରରେ ମନ୍ତ୍ରୀ କେ.ଟି ରାମା ରାଓ ପରୋକ୍ଷରେ କହିଛନ୍ତି ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ଲୋଭରେ ଏକାଠି ହେଉଛନ୍ତି।

ଏକ ସାକ୍ଷାତକାର ସମୟରେ କେ.ଟି ରାମା ରାଓ ବିରୋଧୀ ଏକତାକୁ ନେଇ କହିଛନ୍ତି ରାଜନୈତିକ ଲଢ଼େଇ ନୀତି ଆଧାରରେ ହେବା ଉଚିତ। ଦୁର୍ଭାଗ୍ୟବଶତଃ ଆମେ ଏଥିରୁ ଦୂରେଇ ଯାଇଛୁ । ଆମେ ଦେଖୁଛୁ କାହାକୁ ଭୟ କରି ଏବଂ ତାଙ୍କୁ ପଦରୁ ହଟାଇ ଅନ୍ୟକୁ ତାଙ୍କ ସ୍ଥାନରେ ବସାଇବା ପାଇଁ ଏପରି କରାଯାଉଛି। କିନ୍ତୁ ଏହା ଏଜେଣ୍ଡା ହେବା ଉଚିତ ନୁହେଁ। ଦେଶର ମୌଳିକ ପ୍ରାଥମିକତା ଏବଂ ଲୋକଙ୍କ କଲ୍ୟାଣ ଉପରେ ଆଧାର କରି ଏଜେଣ୍ଡା ହେବା ଉଚିତ।

ବିଆରଏସ ନେତା କହିଛନ୍ତି କାହା ବିରୁଦ୍ଧରେ ନୁହେଁ ଏକ କାରଣ ପାଇଁ ଏକାଠି ହେବା ଜରୁରୀ। କିନ୍ତୁ ସେହି କାରଣଟି କ‘ଣ ତାହା ବିଷୟରେ କେହି ଜାଣନ୍ତି ନାହିଁ। ପାଟନାରେ ଅନୁଷ୍ଠିତ ବିରୋଧୀ ବୈଠକରୁ ବିଆରଏସ ଦୂରତା ବଜାୟ ରଖିଛି। ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଭାଜପା ଏବଂ କଂଗ୍ରେସଠାରୁ ଅଲଗା ତୃତୀୟ ସାମୁଖ୍ୟ ଗଠନ କରିବାକୁ ଚେଷ୍ଟା କରୁଛନ୍ତି।

Share