Posted inଜାତୀୟ

ବିରୋଧୀ ଖୁବ୍‌ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି

ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ କରିବ ବୋଲି କହିଛନ୍ତି। ତାଙ୍କ ତୃତୀୟ ପାଳି ସରକାର ବହୁତ ବଡ଼ ନିଷ୍ପତ୍ତି ନେବ ଏବଂ ଆଗାମୀ ୧,୦୦୦ ବର୍ଷ ପାଇଁ ଭାରତର ଦୃଢ଼ ମୂଳଦୁଆ ପକାଯିବ। ଏହି ଅବସରରେ ସେ କଂଗ୍ରେସ ଉପରେ ଜୋର୍‌ଦାର ବର୍ଷିଛନ୍ତି। ସେମାନେ ଦୀର୍ଘଦିନ ବିରୋଧୀ ଆସନରେ ବସିବା ଲାଗି ସଂକଳ୍ପ ନେଇଥିଲେ ଏବଂ ଆଗାମୀ ନିର୍ବାଚନରେ ପାର୍ଲାମେଣ୍ଟର ଦର୍ଶକ ଗ୍ୟାଲେରିରେ ବସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀଙ୍କ ମଧ୍ୟରୁ ଅନେକେ ନିର୍ବାଚନ ଲଢ଼ିବାର ସାହସ ହରାଇଛନ୍ତି। ଗତ ନିର୍ବାଚନରେ କେତେଜଣ ଆସନ ବଦଳାଇଥିଲେ। ଏଥର ଅନେକ ଲୋକ ସଭା ପରିବର୍ତ୍ତେ ରାଜ୍ୟ ସଭାକୁ ଯିବା ଲାଗି ଚାହୁଁଥିବା ଶୁଣିବାକୁ ମିଳୁଛି ବୋଲି ମୋଦି କହିଥିଲେ। କଂଗ୍ରେସ ଗୋଟିଏ ସାମଗ୍ରୀକୁ ବାରମ୍ବାର ଲଞ୍ଚ୍‌ କରୁଥିବାରୁ ଏହାର ଦୋକାନ ବନ୍ଦ ହେବାକୁ ବସିଛି। ପରିବାର ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଭଲ ନୁହେଁ। କଂଗ୍ରେସ ବାତିଲ ସଂସ୍କୃତିରେ ଅଟକିଯାଇଛି। ୨୦୧୪ରେ ଅନ୍ତରୀଣ ବଜେଟ ବେଳେ ଭାରତ ୧୧ତମ ବୃହତ୍‌ ଅର୍ଥନୀତି ଥିଲା। ଆଗାମୀ ୩ ଦଶନ୍ଧିରେ ଏହା ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ ବୋଲି ସେତେବେଳେ ସେମାନେ କହୁଥିଲେ। ଆମର ତୃତୀୟ ପାଳି ସରକାର ତାହା ହାସଲ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri