ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର, ୨୪ା୨(ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ଆସନ। ଜଗତ୍‌ସିଂହପୁର ଜିଲାର ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳ, ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ନିତ୍ୟାନନ୍ଦ ସାମନ୍ତରାୟଙ୍କ ଭଳି ନେତା ବିଧାୟକ ହୋଇଥିଲେ। ୧୯୭୭ରୁ ୨୦୧୪ ପର୍ଯ୍ୟନ୍ତ ଦେଖିଲେ ଜଣାଯାଏ ଏହି ଆସନରୁ ଜନତା ଦଳ ପ୍ରାର୍ଥୀଙ୍କୁ ଥରେ ବିଧାୟକ ହେବାର ସୁଯୋଗ ମିଳିଥିବା ବେଳେ କଂଗ୍ରେସକୁ ୫ ଓ ବିଜେଡିକୁ ୩ ଥର ବିଧାୟକ ପଦବୀ ମିଳିଥିଲା। ୨୦୧୯ ସାଧାରଣ ଓ ୨୦୨୦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ନିର୍ବାଚନମଣ୍ଡଳୀରେ ବିଜେଡି ସ୍ଥିତି ସୁଦୃଢ଼ ହୋଇଛି ସତ। କିନ୍ତୁ ଏହାଭିତରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ି ଚାଲିଛି। ବିଶେଷକରି ଏମ୍‌ପି ରାଜଶ୍ରୀ ମଲ୍ଲିକ ଓ ବିଧାୟକ ବିଜୟଶଙ୍କର ଦାସଙ୍କ ଗୋଷ୍ଠୀ ଅନେକ ସମୟରେ ସାମ୍ନାସାମ୍ନି ହେଉଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ୫୪.୧୮% ଭୋଟ ମିଳିଥିବା ବେଳେ ୨୦୨୦ ଉପନିର୍ବାଚନରେ ଏହି ଦଳ ସପକ୍ଷରେ ୨.୨୭% ଭୋଟ କମିଯାଇଥିଲା। ଅନୁରୂପ ଭାବେ ୨୦୧୯ରେ ଭାଜପା ସପକ୍ଷରେ ୩୦.୯୦% ଭୋଟ ଯାଇଥିବାବେଳେ ୨୦୨୦ ଉପନିର୍ବାଚନରେ ୨.୯୮% ଭୋଟ କମିଥିଲା। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କୁ ୨୦୧୯ ତୁଳନାରେ ୨୦୨୦ ଉପନିର୍ବାଚନରେ ୩.୫୧% ଅଧିକ ଭୋଟ ମିଳିଥିଲା। ଏସବୁ ଭିତରେ ଦିନକୁ ଦିନ ରାଜନୈତିକ ଚିତ୍ର ବଦଳୁଛି। ମୁଖ୍ୟତଃ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆଗକୁ ଗତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
ବର୍ଷ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ଜିଲା ସଭାପତି ବିଷ୍ଣୁ ଚରଣ ଦାସ ଓ ବର୍ତ୍ତମାନର ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ବିଷ୍ଣୁ ଏକାଧିକ ଥର ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ ସୁଦ୍ଧା ତିର୍ତ୍ତୋଲ ଉପରେ ନଜର ପକାଇବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଦଳ ୨୦୧୯ରେ ବିଷ୍ଣୁଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା। ସେତେବେଳେ ରାଜଶ୍ରୀଙ୍କ ଅସହଯୋଗ ସତ୍ତ୍ବେ ବିଷ୍ଣୁ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କ ଦେହାନ୍ତ ଯୋଗୁ ୨୦୨୦ରେ ଉପନିର୍ବାଚନ ହୋଇଥିଲା। ସେତେବେଳେ ତାଙ୍କ ଏକମାତ୍ର ପୁଅ ବିଜୟଶଙ୍କରଙ୍କୁ ବିଜେଡି ଟିକେଟ ମିଳିଥିଲା। ବିଜୟଶଙ୍କର ଜିତିଥିଲେ। ତେବେ ରାଜଶ୍ରୀଙ୍କ ସହ ବିଜୟଶଙ୍କରଙ୍କ ବିବାଦ ପ୍ରଶମିତ ହେବା ପରିବର୍ତ୍ତେ ବଢ଼ିବା ସାଙ୍ଗଠନିକ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ବର୍ତ୍ତମାନ ରାଜଶ୍ରୀ ଓ ବିଜୟଶଙ୍କର ତିର୍ତ୍ତୋଲ ବିଧାନସଭା ଆସନରୁ ଦଳୀୟ ଟିକେଟ ପାଇଁ ଲବି ଜାରି ରଖିଛନ୍ତି। ଇତିମଧ୍ୟରେ ବିଜୟଶଙ୍କରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନକରାମତ୍କ ଚର୍ଚ୍ଚା ହେଉଥିବାରୁ ତାଙ୍କ ପ୍ରାର୍ଥିତ୍ୱ ବିବାଦରେ ରହିଛି ବୋଲି କେତେକ କହୁଛନ୍ତି। ତେବେ ଅନ୍ୟ ଆଶାୟୀଙ୍କ ମଧ୍ୟରେ ରମାକାନ୍ତ ଭୋଇ, ମିନତି ବେହେରା, ଯୁଧିଷ୍ଠିର ସେଠୀ, ମନୋଜ ବେହେରା ଓ ଦେବ ମଲ୍ଲିକ ପ୍ରମୁଖ ବିଜେଡି ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ଯୁଧିଷ୍ଠିର ପୂର୍ବରୁ ଏସ୍‌ସିବି ମେଡିକାଲ କଲେଜ ପାଥୋଲୋଜି ବିଭାଗରେ ଚାକିରି କରିଥିଲେ। ଅତୀତରେ ପରୋକ୍ଷ ରାଜନୀତିରେ ଥିଲେ ସୁଦ୍ଧା ଅବସର ପରେ ପ୍ରତ୍ୟକ୍ଷ ମଇଦାନକୁ ଓହ୍ଲାଇଛନ୍ତି। ଯେହେତୁ ସେ ରଘୁନାଥପୁର ବ୍ଲକ ଅଞ୍ଚଳର ଏକମାତ୍ର ଆଶାୟୀ, ତେଣୁ ଦଳ ତାଙ୍କୁ ଟିକେଟ ଦେବ ବୋଲି ସେ ଆଶା ବାନ୍ଧିଛନ୍ତି। ରମାକାନ୍ତ ଭୋଇ ମଧ୍ୟ ଟିକେଟ ଦୌଡ଼ରେ ଆଗରେ ଅଛନ୍ତି। କାରଣ ରମାକାନ୍ତ ୨୦୧୪ ଓ ୨୦୧୯ରେ ଏହି ଆସନରୁ ଭାଜପା ପ୍ରାର୍ଥୀ ହୋଇ ଯଥାକ୍ରମେ ୧୪,୫୧୬ ଏବଂ ୫୩,୫୮୧ ଭୋଟ ପାଇଥିଲେ। ପରେ ବିଜେଡିରେ ସାମିଲ ହୋଇଥିଲେ। ତେଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରେ ବୋଲି ରମାକାନ୍ତ ଆଶାବାଦୀ। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ମଧ୍ୟ ଟିକେଟ ପାଇବା ପାଇଁ ଲବି କରୁଛନ୍ତି। ସେହିପରି ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା ଓ ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ବିଜେଡି ଟିକେଟ ଦୌଡ଼ରେ ରହିଛନ୍ତି। ଦଳ ଏମାନଙ୍କ ଭିତରୁ କାହାକୁ ଟିକେଟ ଦେଉଛି କି ଅନ୍ୟ ନିର୍ବାଚନମଣ୍ଡଳୀର ନେତାଙ୍କୁ ପ୍ରାର୍ଥୀ କରୁଛି, ତାହା ସ୍ପଷ୍ଟ ହୋଇପାରିନାହିଁ।
ନେତା ହିମାଂଶୁ ଭୂଷଣ ମଲ୍ଲିକ ୨୦୨୦ ଉପନିର୍ବାଚନରେ ପ୍ରଥମ କରି ପ୍ରାର୍ଥୀ ହୋଇ ୨୮,୭୭୮ ଖଣ୍ଡ ଭୋଟ ପାଇଥିଲେ, ଯାହାକି ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଥିବା ଭୋଟଠାରୁ ପାଖାପାଖି ୫ ହଜାର ଅଧିକ। ଏବେ ହିମାଂଶୁ ୬୧ ଦିନରେ ୬୧ ପଞ୍ଚାୟତ ବୁଲିବା ଲକ୍ଷ୍ୟ ରଖି ଗାଁ ବୁଲୁଛନ୍ତି। ଲୋକଙ୍କ ଅଭାବ, ଅସୁବିଧା ବୁଝି ପ୍ରତିକାର ପାଇଁ ଚେଷ୍ଟା କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଥିବାରୁ ଏହାର ଫାଇଦା କଂଗ୍ରେସ ହାତକୁ ଯିବା ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେବ ଏବଂ ସେ ବିଜୟଲାଭ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି। ଭାଜପା ନେତା ଆଇନଜୀବୀ ରାଜକିଶୋର ବେହେରା କହିଛନ୍ତି ଗତ ଉପନିର୍ବାଚନରେ ଏହି ଆସନରେ ସେ ଭାଜପା ପ୍ରାର୍ଥୀ ହୋଇ ୪୬,୬୦୭ ଖଣ୍ଡ ଭୋଟ ପାଇଥିଲେ। ଏଥର ସେ, କି ଆଉ କିଏ ପ୍ରାର୍ଥୀ ହେବେ ଜଣାନାହିଁ। କିନ୍ତୁ ବିଜେଡି ଉପରେ ଲୋକେ ଅତିଷ୍ଠ ହୋଇ ଭାଜପା ଆଡ଼କୁ ଢଳୁଥିବା ଲକ୍ଷ୍ୟ କରାଯାଉଥିବା କହିଛନ୍ତି। ବିଜେଡି ଗୋଷ୍ଠୀ ବିବାଦ ମଧ୍ୟ ତାତି ଉଠିଲାଣି। ବିକଳ୍ପ ସ୍ବରୂପ ଲୋକେ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରି ଭାଜପା ପ୍ରାର୍ଥୀଙ୍କୁ ଜିତାଇବେ ବୋଲି ସ୍ପଷ୍ଟ ବାରି ହେଉଥିବା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri