ଘୁଞ୍ଚିଲା ସିଭିଲ ସର୍ଭିସ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର, ୧୨।୨(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନର ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି। ୨୦୨୦ ବର୍ଷ ପାଇଁ ହେବାକୁ ଥିବା ପରୀକ୍ଷା ସକାଶେ ଅନ୍‌ଲାଇନ ରେଜିଷ୍ଟ୍ରେଶନ, ଫି ପୈଠ ଓ ଦରଖାସ୍ତ ଦାଖଲ ଏବେ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇପାରିବ।
ଓପିଏସ୍‌ସି ପକ୍ଷରୁ କୁହାଯାଇଛି ଯେ, ଟେକନିକାଲ ଟିମ୍‌ର ସୂଚନା ଅନୁଯାୟୀ, କେତେକ ବୈଷୟିକ କାରଣରୁ ଅନେକ ଆଶାୟୀ ଠିକ୍‌ ସମୟରେ ଅନଲାଇନ ଆବେଦନ କରି ପାରିନାହାନ୍ତି।
ଏଣୁ କମିସନ ତାରିଖ ଘୁଞ୍ଚାଇବା ପାଇଁ ସ୍ଥିର କରିଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଫେବ୍ରୁଆରୀ ୨୧ପର୍ଯ୍ୟନ୍ତ ଅନ୍‌ଲାଇନ ରେଜିଷ୍ଟ୍ରେଶନ ଓ ଫି’ ଦାଖଲ ହୋଇ ପାରିବ। ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଅନଲାଇନ ଦରଖାସ୍ତ ଗ୍ରହଣ କରାଯିବ।

Share