୧୧୮ତମ ସ୍ଥାନରେ ଦେବାଶିଷ

ଭୁବନେଶ୍ୱର,୧ା୮(ଅନିଲ ଦାସ):ଦେବାଶିଷ ଆଚାର୍ଯ୍ୟ ସୋମବାର ଓଡିଶା ଲୋକସେବା ଆୟୋଗ (ଓପିଏସସି)ଦ୍ୱାରା ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୧୧୮ ତମ ର଼୍ୟାଙ୍କ ପାଇଛନ୍ତି। ଦେବାଶିଷ ୨୦୧୨ରେ ମାଟ୍ରିକ୍‌ରେ ଟପ୍‌-୧୦୦ରେ ସଫଳତା ପାଇଥିଲେ। ବିଜେବି କଲେଜରୁ ଯୁକ୍ତ ୨ ବିଜ୍ଞାନରେ କୃତକାର୍ଯ୍ୟ ହେବା ପରେ ସେ ଏନ୍‌ଆଇଟି ରାଉରକେଲାରେ କେମିକାଲ ଇଂଜିନିୟରିଂ ଡିଗ୍ରୀ ହସଲ କରିଛନ୍ତି। ଏହାପୂର୍ବରୁ ସେ ଆଇଏମ୍‌ଏମ୍‌ଟି ଭୁବନେଶ୍ୱରରେ କାର୍ଯ୍ୟ କରିଥିଲେ। ସେ ଧରିତ୍ରୀରେ କାର୍ଯ୍ୟରତ ବରିଷ୍ଠ ପ୍ରୁଫରିଡର ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ବଡପୁଅ।

Share