ଓପିଟିସିଏଲ ଡିଜିଏମ୍‌ଙ୍କୁ ୫ ବର୍ଷ ଜେଲ

ବାରିପଦା ଅଫିସ,୧୬।୫: ଓପିଟିସିଏଲ ଡିଜିଏମ୍‌ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୧୫ ହଜାର ଟଙ୍କା ଜରିମାନା ହୋଇଛି। ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ସୋମବାର ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନାନୁସାରେ, ୨୦୧୭ରେ ନିଜ କାର୍ଯ୍ୟାଳୟରେ ଲାଗିଥିବା ଗାଡିର ବିଲ କରିଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଯଶୋବନ୍ତ। ଏ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

Share