Categories: ଜାତୀୟ

ହଜାରେ ଦିନରେ ୬ ଲକ୍ଷ ଗାଁରେ ବିଛାଯିବ ଅପ୍ଟିକାଲ ଫାଇବର

ନୂଆଦିଲ୍ଲୀ, ୧୫।୮: ଦେଶରେ ଯୋଗାଯୋଗ ବ୍ୟବସ୍ଥା ଦ୍ରୁତ ଗତିରେ ଆଗେଇବାରେ ଲାଗିଛି। ୨୦୧୪ ପୂର୍ବରୁ ଦେଶର ୬୦ ପଞ୍ଚାୟତରେ ଅପ୍ଟିକାଲ ଫାଇବର ବିଛାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିରେ ସୁଦାର ଆସିଛି। ଗତ ୫ ବର୍ଷ ମଧ୍ୟରେ ଦେଶର ଦେଢ଼ଲକ୍ଷ ପଞ୍ଚାୟତରେ ଅପ୍ଟିକାଲ ଫାଇବର ବିଛା ହୋଇଛି। ଆଗାମୀ ହଜାରେ ଦିନରେ ଦେଶର ୬ ଲକ୍ଷ ଗାଁରେ ଅପ୍ଟିକାଲ ଫାଇବର ବିଛା କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଭାରତ ନୂଆ ସାଇବର ସୁରକ୍ଷା ନୀତି ଉପରେ ବେଶ୍‌ ସତର୍କ ରହିଛି। ଏନେଇ ନୂତନ ସୁରକ୍ଷା ବ୍ୟବସ୍ଥାର ବିକାଶ କାର୍ଯ୍ୟ ଜାରି ରହିଥିବା ପ୍ରଧାନନ୍ତ୍ରୀ କହିଛନ୍ତି।

Share