ମୁମ୍ବାଇ,୨୦।୮: ପପୁଲାର ଆର୍ଟିଷ୍ଟ ରାମ ଇନ୍ଦ୍ରନୀଲ କାମତଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ମୁମ୍ବାଇ ସ୍ଥିତ ତାଙ୍କ ଘରେ ବାଥ୍ଟବରେ ମୃତଦେହ ମିଳିଥିବା ସୂଚନା ରହିଛି। ସେ ମୁମ୍ବାଇର ମାଟୁଙ୍ଗାରେ ରହୁଥିଲେ। ପୋଲିସ ଏହାକୁ ଏକ ଆକ୍ସିଡେଣ୍ଟାଲ ଡେଥ୍ ବୋଲି କହି ମାମଲା ରୁଜୁ କରିଛି। ତେବେ ପୋଲିସ ରାମଙ୍କ ଏକ ସୁଇସାଇଟ ନୋଟ୍ ମଧ୍ୟ ଜବତ କରିଛି। ମିଳିଥିବା ସୂଚନାରୁ ଜଣାପଡିଛି କି ସୁଇସାଇଟ୍ ନୋଟ୍ରେ କାମତ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି। ପୋଲିସ ତାଙ୍କ ପରିବାର ଓ ନିକଟ ସମ୍ପର୍କିୟଙ୍କୁ ଏସମ୍ପର୍କରେ ପଚରାଉଚରା କରୁଛି। କୁହାଯାଉଛି କି ବେଶ୍ କିଛିଦିନ ହେବ କାମତ ଡିପ୍ରେଶନରେ ରହୁଥିଲେ। ଆଉ ଲକ୍ଡାଉନ ପରେ ଏହା ବଢି ଯାଇଥିଲା। ମୁମ୍ବାଇରେ ୪୧ ବର୍ଷୀୟ କାମତ ତାଙ୍କ ମା’ଙ୍କ ସହ ରହୁଥିଲେ। ପ୍ରଫେଶନାଲି କାମତ ଜଣେ କଳାକାର ସହ ଭଲ ଫଟୋଗ୍ରାଫର ବି ଥିଲେ। ତାଙ୍କର ଗ୍ଲାସଓ୍ବାର୍କ ପେଣ୍ଟିଂ ମୁମ୍ବାଇର ଆର୍ଟ ସର୍କିଟରେ ଖୁବ୍ ଲୋକପ୍ରିୟ। ସେ ଜଣେ ମାଇଥୋଲୋଜିଷ୍ଟ। ସେ ନିଜେ ମହାଲକ୍ଷ୍ମୀଙ୍କର ଗେହ୍ଲା ସନ୍ତାନ ଥିବା କୁହନ୍ତି। ସୂଚନାଯୋଗ୍ୟ, କରୋନା ପାଇଁ ଚାଲିଥିବା ଲକ୍ଡାଉନ ମଧ୍ୟରେ କେତେଜଣ ସେଲିବ୍ରିଟି ଆତ୍ମହତ୍ୟା ଭଳି ପନ୍ଥା ବାଛିନେଇ ଆସିଛନ୍ତି ଚର୍ଚ୍ଚାକୁ। ଏମାନଙ୍କ ମଧ୍ୟରେ ବଡ ପରଦାଠାରୁ ଛୋଟ ପରଦା ପର୍ଯ୍ୟନ୍ତ କେତେଜଣ କଳାକାର ରହିଛନ୍ତି।