୭ ମାସ ଧରି ୭ ଯୁବକ କରୁଥିଲେ ଗଣବଳାତ୍କାର: ରାତିଅଧରେ ଆସି ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ, ପରେ…

ଢେଙ୍କାନାଳ, ୯।୯: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ସାତ ମାସଧରି ଯୁବତୀଙ୍କୁ ଗଣବଳାତ୍କାର କରିଆସୁଥିଲେ ଯୌନପୀପାସୁୁ। ଯୁବତୀ ଜଣଙ୍କ ଗର୍ଭବତୀ ପରେ ମାମଲା ରୁଜୁ ହୋଇଥିଲା ।
ସୂଚନାଯୋଗ୍ୟ, ମା’ ନ ଥିବା ଜଣେ ଅସହାୟ ଗରିବ ଝିଅକୁ ୭ଜଣ ପିଶାଚ, ୭ ମାସ ଧରି ବଳାତ୍କାର କରି ଚାଲିଥିଲେ। ବାପା ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ରାତିଅଧରେ ସେମାନେ ଘରେ ପଶି ଝିଅକୁ ଛାତକୁ ଟେକି ନିଅନ୍ତି । ବାପାଙ୍କୁ ଏକ ଘରେ ବନ୍ଦ କରି ଦିଅନ୍ତି। ପରେ ଜଣଙ୍କ ପରେ ଜଣେ ଭୋକ ମେଣ୍ଟାନ୍ତି। ରାତି ପାହିବା ଆଗରୁ ଚାଲିଯାନ୍ତି। କାହାକୁ କହିଲେ ମାରିଦେବାକୁ ଧମକ ଦିଅନ୍ତି। ଏପରି ଅମାନବୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅଞ୍ଚଳରେ । ସଦର ପୋଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି। ତେବେ ଯୁବତୀଙ୍କ ଘର ନ ଥିବାରୁ ସେହି ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରରେ ବାପାଙ୍କ ସହ ରହିଆସୁଥିଲେ ।

Share