ଚାଇନାରେ ପାଟିରେ ଦିଆଯାଉଥିବା କରୋନା ଟିକାକରଣ ଆରମ୍ଭ, ବେଜିଂରେ ମନୋରଞ୍ଜନ ପାର୍କ ବନ୍ଦ…

ବେଜିଂ,୨୭।୧୦ : ଚାଇନାର ସାଂଘାଇରେ ପାଟିରେ ଦିଆ ଯାଉଥିବା ଛୁଞ୍ଚି ବିହୀନ କରୋନା ଟିକାକରଣ ଆରମ୍ଭ ହୋଇଛି। ସହରର ଏକ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଘୋଷଣା ଅନୁଯାୟୀ ଏହି ଟିକା ପାଟିରେ ଦିଆଯାଉଛି। ଇଞ୍ଜେକ୍ସନ ଟିକା ଗ୍ରହଣ କରିବାକୁ ପସନ୍ଦ କରୁନଥିବା ଲୋକମାନଙ୍କୁ ଛୁଞ୍ଚିମୁକ୍ତ ଟିକା ପାଟିରେ ଦିଆଯାଇ ପାରିବ। ଏହା ପଦ୍ଧତି ଗରିବ ଦେଶରେ ଟିକାକରଣର କଭରେଜକୁ ବିସ୍ତାର କରିବାରେ ସାହାଯ୍ୟ କରିବ।
ଚାଇନାର ଅନଲାଇନ ମିଡିଆ ଆଉଟଲେଟ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ଲୋକମାନେ ପାଟିରେ ଟିକା ନେଉଥିବାର ଦେଖିବାବୁ ମିଳୁଛି।

ଚାଇନାରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ଏହା ପରେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଠାରେ ଥିବା ପ୍ରମୁଖ ମନୋରଞ୍ଜନ ପାର୍କ ୟୁନିଭର୍ସାଲ ରିସର୍ଟକୁ ବନ୍ଦ କରିଦିଆଯାଇଛି।

Share