Categories: ଜାତୀୟ

ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ଗୁରୁତର ଅପରାଧ ନୁହେଁ, ହାଇକୋର୍ଟଙ୍କ ରାୟ ନେଇ ବିବାଦ…

ଆହ୍ଲାବାଦ୍‌,୨୩।୧୧: ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ବିବାଦୀୟ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯୌନ ସମ୍ପର୍କକୁ ’ଗୁରୁତର ଅପରାଧ ଭାବେ ଗ୍ରହଣ କରାଯାଇ ପାରିବ ନାହିିଁ। ଏହା ସହିତ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧିଙ୍କ ଦଣ୍ଡାଦେଶକୁ କୋହଳ କରିଛନ୍ତି। ନିମ୍ନ ଅଦାଲତଙ୍କ ୧୦ ବର୍ଷର କାରାଦଣ୍ଡାଦେଶକୁ ହାଇକୋର୍ଟ କମାଇ ୭ ବର୍ଷ କରିଛନ୍ତି। ଶିଶୁଙ୍କ ସହ ଓରାଲ ଯୌନ ସମ୍ପର୍କ ଥିବା ମାମଲାର ଶୁଣାଣି ବେଳେ କୋର୍ଟ ଏଭଳି କହିଛନ୍ତି।

ପୋକ୍ସୋ ଆକ୍ଟର ଧାରା ୪ ଅନ୍ତର୍ଗତ ଅପରାଧୀଙ୍କ ପ୍ରତି ଦଣ୍ଡବିଧାନ କରିଥିଲେ ମଧ୍ୟ ଆକ୍ଟର ଧାରା ୬ ଏବଂ ୧୦ ଅନ୍ତର୍ଗତ ଦଣ୍ଡାଦେଶ କରିବାକୁ ମନା କରିଛନ୍ତି। ଏହା ସହିତ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୫୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ବିରୋଧରେ ସୋନୁ କୁଶଓ୍ବାହା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ବିଚାର କରି ବିଚାରପତି ଅନୀଲ କୁମାର ଓଝାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ବିବାଦୀୟ ରାୟ ପ୍ରଦାନ କରିଛନ୍ତି।

Share