Categories: ଖେଳ

ଆଇପିଏଲ ୨୦୨୨: ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ପୁଣେ,୮।୪: ଆଇପିଏଲ ୨୦୨୨ରେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ ଖେଳାଯାଇଛି। ଏହି ସମୟ ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲ ଶୀର୍ଷରେ ଅଛି। କେକେଆର୍‌ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୬-୬ ପଏଣ୍ଟ ପାଇଛନ୍ତ। କିନ୍ତୁ ନେଟ ରନ ହାର ଦୃଷ୍ଟିରୁ ଲକ୍ଷ୍ନୌ କେକେଆର୍‌ ପଛରେ ଅଛି। ରାଜସ୍ଥାନ ରୟାଲ୍ସ (ଆରଆର) ତୃତୀୟ, ଗୁଜରାଟ ଟାଇଟାନ୍ସ (ଜିଟି) ଚତୁର୍ଥ, ପଞ୍ଜାବ କିଙ୍ଗ୍ସ (ପିବିକେଏସ) ପଞ୍ଚମ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଷଷ୍ଠ ସ୍ଥାନରେ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଷ୍ଟମ, ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ନବମ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୧୦ମ ସ୍ଥାନରେ ଅଛି।
ଅରେଞ୍ଜ୍‌ କ୍ୟାପ ରେସ୍‌
୨୦୫ ରନ ସହ ଜୋସ ବଟଲର୍‌ ଅରେଞ୍ଜ୍‌ କ୍ୟାପ ରେସରେ ଆଗୁଆ ରହିଛନ୍ତି ଏବଂ ଦ୍ୱିତୀୟ ସ୍ଥାନରେ କ୍ୱିଣ୍ଟନ ଡି କକ (୧୪୯) ରନ୍‌ କରିଛନ୍ତି। ଇଶାନ କିଶନ (୧୪୯) ତୃତୀୟ ସ୍ଥାନରେ ରହିଛନ୍ତି, କେଏଲ ରାହୁଲ (୧୩୨) ଚତୁର୍ଥ ଏବଂ ଦୀପକ ହୁଡା (୧୩୦) ପଞ୍ଚମ ସ୍ଥାନରେ ଅଛନ୍ତି।

ପର୍ପଲ କ୍ୟାପ ରେସ୍‌
ପର୍ପଲ କ୍ୟାପ୍‌ ରେସ୍‌ରେ ଉମେଶ ଯାଦବ ସର୍ବାଗ୍ରେ ଅଛନ୍ତି। ଉମେଶ ଏପର୍ଯ୍ୟନ୍ତ ୯ଟି ଉଇକେଟ ନେଇଛନ୍ତି। ଦ୍ୱିତୀୟରେ ୟୁଜବେନ୍ଦ୍ର ଚହଲ (୭) ଏବଂ ତୃତୀୟ ସ୍ଥାନରେ ଆଭେଶ ଖାନ (୭) ଅଛନ୍ତି। ରାହୁଲ ଚହର ୬ଟି ଉଇକେଟ ନେଇ ଚତୁର୍ଥ ଏବଂ କୁଲଦୀପ ଯାଦବ (୬) ପଞ୍ଚମ ସ୍ଥାନରେ ରହିଛନ୍ତି।

Share