ଶୀତଦିନେ ଖାଆନ୍ତୁ କମଳା

ଶୀତଦିନେ ବଜାରରେ କମଳା ସହଜରେ ଉପଲବ୍ଧ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ। ଭିଟାମିନ ସିରେ ଭରପୂର କମଳା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ବ୍ୟତୀତ, କମଳା ଆପଣଙ୍କୁ ଶୀତ କାରଣରୁ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିଲାଗି ଶୀତ ଦିନରେ ପ୍ରତିଦିନ କମଳା ସେବନ କରନ୍ତୁ। ତେବେ ଆସନ୍ତୁ ଜାଣିବା ଶୀତଦିନେ କମଳା ଖାଇବାର ଲାଭ କ’ଣ?

ଶୀତଦିନେ କମଳା ଖାଇବାର ଉପକାରିତା:

-ଆର୍ଥରାଇଟିସ ରୋଗୀଙ୍କ ପାଇଁ ଲାଭଦାୟକ:
ଶୀତଦିନେ ଆର୍ଥରାଇଟିସ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିଯୋଗୁ କମଳା ଖାଆନ୍ତୁ। କମଳା ଖାଇବା ଦ୍ୱାରା ଆପଣ ଆର୍ଥରାଇଟିସ୍‌ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟାରୁ ଯେପରିକି ଗଣ୍ଠି ଯନ୍ତ୍ରଣା, କଠିନତା, ଫୁଲା ଇତ୍ୟାଦିରୁ ମୁକ୍ତି ମିଳିପାରେ। ଏହା ବ୍ୟତୀତ କମଳା ରକ୍ତରେ ଥିବା ୟୁରିକ ଏସିଡ୍‌ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ

-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ:
ଶୀତଦିନେ କମଳା ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

-ଓଜନ ହ୍ରାସ କରିବାରେ ସାହାଯ୍ୟ କରେ:
କମଳା ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କମଳାରେ କ୍ୟାଲୋରୀ ପରିମାଣ ବହୁତ କମ। ଏହା ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ସ୍ନାକ୍ସ ଭାବରେ କମଳା ଖାଇପାରିବେ। ଏହାଛଡ଼ଶ ଆପଣ ପ୍ରତିଦିନ କମଳା ରସ ପିଇପାରିବେ।

-କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ:
କମଳା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ। ହେଲେ ଯଦି ଆପଣ କୋଲେଷ୍ଟ୍ରଲ ହ୍ରାସ କରୁଥିବା ଔଷଧ ସେବନ କରୁଛନ୍ତି, ତେବେ ଆପଣ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି...

ବାସିଭାତ ଖାଇଲେ ଶରୀରକୁ କ’ଣ ମିଳିଥାଏ? ଜାଣି ରଖନ୍ତୁ…

ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ। ତଥାପି ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି ଏବଂ କେତେ...

ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ, ହୋଇଯିବେ ଦରିଦ୍ର…

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ରରେ, କେବଳ ଦିଗନିର୍ଦ୍ଦେଶର ଗୁରୁତ୍ୱକୁ ବିସ୍ତାରିତ ଭାବରେ ବୁଝାଯାଇ ନାହିଁ, ବରଂ ବ୍ୟକ୍ତିର ଦୈନନ୍ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image