ଆଇରନ୍, ଭିଟାମିନ୍ ସି ଓ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟ୍ସରେ ଭରା କମଳା ବା କମଳା ଜୁସ୍ରେ ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ସ ବି କିଛି ମାତ୍ରାରେ ଥାଏ। ତେଣୁ ଏହାକୁ ଖାଇଲେ ଅଥବା ଏହାର ଜୁସ୍ ପିଇଲେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ କିଡ୍ନୀ ଷ୍ଟୋନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ନ୍ୟୁଟ୍ରିସନିଷ୍ଟ କୁହନ୍ତି। ବ୍ଲଡ୍ପ୍ରେସର୍, ବ୍ଲଡ ସୁଗାର ତଥା କୋଲେଷ୍ଟ୍ରୋଲ୍କୁ ନିୟନ୍ତ୍ରଣରେ ରଖିବା ସଙ୍ଗେ ସଙ୍ଗେ ଏହା ବିଭିନ୍ନ ପ୍ରକାର ଚର୍ମ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ବିଶେଷକରି ଖରାଦିନେ ଏହାକୁ ଖାଇଲେ କିମ୍ବା ଏହାର ଜୁସ୍ ପିଇଲେ ଶରୀରରେ ଜଳୀୟଅଂଶ ନିୟନ୍ତ୍ରଣରେ ରହିବା ସଙ୍ଗେସଙ୍ଗେ ଶରୀର ଅନେକ ସମୟ ଧରି ହାଇଡ୍ରେଟ୍ ରହିଥାଏ। ତା’ଛଡ଼ା ଅଧିକ ଶାରୀରିକ ପରିଶ୍ରମ ଯୋଗୁ ଦେହରୁ ଝାଳ ବାହାରୁଥିଲେ, ସେ କ୍ଷେତ୍ରରେ କମଳା ଖାଇବା କିମ୍ବା ଏହାର ଜୁସ୍ ପିଇବା ସର୍ବୋତ୍ତମ। ଏହା ଇନ୍ଷ୍ଟାଣ୍ଟ ଏନର୍ଜି ଦେଇଥାଏ। ଆଣ୍ଠୁଗଣ୍ଠି ବିନ୍ଧା ଦୂର କରିବା ସଙ୍ଗେସଙ୍ଗେ ତ୍ୱଚାକୁ ଉଜ୍ଜ୍ୱଳ କରିବା ତଥା କେଶରେ ଚମକ୍ ଆଣିବାରେ ବି ଏହି ଜୁସ୍ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।