ଏଗ୍ରିମେଣ୍ଟ ବାତିଲ୍‌ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ନୟାଗଡ,୧୭।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣା ପାଇଁ କୃଷି ଅନୁଦାନ ଲୁଟିବାର କସରତ ପଣ୍ଡ ହୋଇଛି । ଧାଡ଼ିରେ ଧାନବୁଣା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ୍‌ କରିବାକୁ ଶନିବାର ସୃଜନ ସଭାକକ୍ଷରେ ଅନୁଷ୍ଠିତ ଜିଲା ପରିଷଦ ବୈଠକରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଧାଡ଼ିରେ ଧାନବୁଣା ପାଇଁ କୃଷି ଅନୁଦାନ ଲୁଟିବାର କସରତ ଖବର ଧରିତ୍ରୀରେ ଶନିବାର ପ୍ରକାଶ ପାଇବା ପରେ ଜିଲା ପରିଷଦ ବୈଠକରେ ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଶନିବାର ଉପସ୍ଥାପନ କରି ଚର୍ଚ୍ଚା କରିଥିଲେ । ଜିଲାପାଳ ଓ ଜିଲା ପରିଷଦ ସଭାପତି ଘଟଣା ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ, ସରକାର ଧାଡ଼ିରେ ଧାନବୁଣା ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ସହାୟତା ଯୋଗାଉଛନ୍ତି । ଏଥିରେ ଚାଷୀ ୭ ହଜାର ଟଙ୍କା, ଏନ୍‌ଜିଓ ପାଇବ ଅଢ଼େଇ ହଜାର ଟଙ୍କା ଓ କୃଷକ ସାଥି ୫୦୦ ଟଙ୍କା ପାଇବାର ରହିଛି । ତେବେ କୃଷି ବିଭାଗର ଅବହେଳା ଯୋଗୁ ଚାଷୀ ୨୦୨୩-୨୪ ଆର୍ଥିକ ବର୍ଷରେ ନୟାଗଡ଼ ଜିଲାରେ ଏହି ଅନୁଦାନ ପାଇବାରେ ଅସମର୍ଥ ହୋଇଛନ୍ତି । ଧାନ ବୁଣା ଓ ଧାନ ରୁଆ ପରେ କୃଷି ବିଭାଗ ଧାଡ଼ିରେ ଧାନ ବୁଣା ବିଜ୍ଞାପନ ପ୍ରକାଶ କରିଥିଲା । ତାହା ପୁଣି କୌଣସି ଖବର କାଗଜରେ ବାହାରି ନ ଥିଲା । ଜିଲାପାଳଙ୍କ ୱେବସାଇଟରେ ଏହାକୁ ପ୍ରକାଶ କରି କିଛି ଦିନ ରଖି ପୁଣି ଗାଏବ କରି ଦିଆଯାଇଥିଲା। ସେହିପରି ଜିଲା ଭିତର ଏନ୍‌ଜିଓଙ୍କୁ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦେବା ପାଇଁ ନିୟମ ରହିଛି । ତେବେ ଜିଲା ଭିତରର ଏନ୍‌ଜିଓଙ୍କୁ ଅଣଦେଖା କରି କଟକ, ପୁରୀ ଓ ଭୁବନେଶ୍ୱର ଏନ୍‌ଜିଓମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା ।

ପୁଣି ଜିଲାରେ ଧାଡ଼ିରେ ଧାନବୁଣା କାର୍ଯ୍ୟକ୍ରମ ଆଦୌ ହୋଇ ନ ଥିବାବେଳେ କଟକ, ପୁରୀ ଓ ଭୁବନେଶ୍ୱରର ୩ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ କରାଯାଇ ନ ଥିଲା । ଏଗ୍ରିମେଣ୍ଟକୁ ବାତିଲ କରାଯାଉ ନ ଥିବାରୁ ଧାନକଟା ପରେ ରିପୋର୍ଟ ସଂଗ୍ରହ କରି ଅନିୟମିତତା ପାଇଁ ବ୍ୟବସ୍ଥା କରାଯାଉଛି ବୋଲିି ଅନୁରୂପ ଅଭିଯୋଗ ଉଠିଥିଲା। ଏଣୁ ଧାଡ଼ିରେ ଧାନ ବୁଣା କାର୍ଯ୍ୟକ୍ରମରେ କୃଷି ବିଭାଗର ଦୁର୍ନୀତିର ଗୁମର ଖୋଲି ଯାଇଥିବାର ଏଗ୍ରିମେଣ୍ଟକୁ ବାତିଲ କରିବାକୁ ଚାଷୀମାନେ ଜିଲାପାଳଙ୍କୁ ଅନୁରୋଧ କରଥିଲେ । ଜିଲାପାଳ ଚାଷୀଙ୍କ ଅନୁରୋଧ ଓ ଧରିତ୍ରୀରେ ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ସତ୍ୟାସତ୍ୟ ଉପଲବ୍ଧି ପରେ ଏନ୍‌ଜିଓଙ୍କ ସହ ଏଗ୍ରିମେଣ୍ଟକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳ ଓ ଜିଲା ପରିଷଦ ସଭାପତିଙ୍କ ତ୍ୱରିତ ପଦକ୍ଷେପକୁ ଚାଷୀ ସ୍ବାଗତ କରିଛନ୍ତି । ଏନେଇ ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ କୁହନ୍ତି, ଧରିତ୍ରୀରେ ଶନିବାର ପ୍ରକାଶିତ ଖବର ମୋ ନଜରକୁ ଆସିଥିଲା । କୃଷି ଓ କୃଷକଙ୍କୁ ପ୍ରଶାସନ ଅଣଦେଖା କରି ପାରିବ ନାହିଁ । ଏଣୁ ଗୃହରେ ସମ୍ପୃକ୍ତ ପ୍ରସଙ୍ଗ ଉଠାଇ ଏଗ୍ରିମେଣ୍ଟକୁ ବାତିଲ କରାଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri