ଭୂମିହୀନଙ୍କୁ ତୁରନ୍ତ ଜମିପଟ୍ଟା ଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୧୪ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନା ଆନୁକୂଲ୍ୟରେ ଗଞ୍ଜାମ ଜିଲାରେ ଚିହ୍ନଟ ହୋଇଥିବା ଭୂମିହୀନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରିବା ନିମନ୍ତେ କୁହାଯାଇଛି। ସହରାଞ୍ଚଳ ହେଉବା ଗ୍ରାମାଞ୍ଚଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି। ଆବେଦନ ଆସିଥିବା ଗ୍ରାମକଣ୍ଠକ କେସ୍‌ଗୁଡ଼ିକ ଫଇସଲା କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବେ-ବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା। ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ କୁହାଯାଇଥିବା ବେଳେ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଛି। ଗଞ୍ଜାମ ଓ ବ୍ରହ୍ମପୁର ଅବକାରୀ ଜିଲାରେ ବେଆଇନ ମଦ କାରବାର, ଚୋରାଚାଲାଣ ରୋକିବାକୁ କୁହାଯାଇଛି,ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଗଠନ କରି ଚଢ଼ାଉକୁ ଜୋରଦାର କରିବାକୁ କୁହାଯାଇଛି।

ସେହିପରି ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓଙ୍କ ପକ୍ଷରୁ ହେଲମେଟ୍‌ ଚେକିଂ ସହିତ ଅଧିକରୁ ଅଧିକ ଏନ୍‌ଫୋର୍ସମେଣ୍ଟ କରିବାକୁ କୁହାଯାଇଥିଲା। ବିଶେଷକରି ଜାତୀୟ ରାଜପଥ, ସହରାଞ୍ଚଳ, ସ୍କୁଲ ବସ୍‌ ଆଦି ସ୍ଥାନରେ କଡ଼ାକଡ଼ି ଚେକିଂ ପାଇଁ ଆରଟିଓଙ୍କୁ କୁହାଯାଇଛି। ମାପ ଓ ଓଜନ ବିଭାଗକୁ ମଧ୍ୟ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇ, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳଙ୍କ ସମେତ ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ...

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ...

ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର ରବିବାର ସଂଧ୍ୟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି...

ପଶ୍ଚିମବଙ୍ଗ ପରେ ଆସାମକୁ ବ୍ୟାପିଲା ଓ୍ବକ୍‌ଫ ନିଆଁ : ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ

ଗୁଆହାଟୀ,୧୩ା୪: ପଶ୍ଚିମବଙ୍ଗରେ ଲାଗିଥିବା ଓ୍ବକ୍‌ଫ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍‌,...

୫ ସରପଞ୍ଚ, ୨ ସମିତି ସଭ୍ୟ, ୯ ଓ୍ବାର୍ଡ ସଭ୍ୟ ଲାଗି ହେବ ଉପନିର୍ବାଚନ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ୫ ପଞ୍ଚାୟତର ସରପଞ୍ଚ, ୨ ପଞ୍ଚାୟତ ସମିତିସଭ୍ୟ ଏବଂ ୯ ଓ୍ବାର୍ଡ ସଭ୍ୟ ପଦବୀ ଖାଲି ରହିଛି। ଏହି ପଦବୀଗୁଡ଼ିକ...

ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ

ମୋହନା,୧୩ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଖାରିକୁଆରେ ୨୫ ପରିବାର ରହନ୍ତି। ଗ୍ରାମରେ ରହିଛି ଗୋଟିଏ ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image