Advertisement

ତୃଣମୂଳ ସ୍ତରରୁ ବିଆର୍‌ଏପି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୨୨।୯(ବ୍ୟୁରୋ): କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟକୁ କିପରି ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରାଯାଇ ପାରିବ ସେ ନେଇ ସମସ୍ତ ବିଭାଗ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ(ବିଆରଏପି)କୁ ତୃଣମୂଳ ସ୍ତରରୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧି୍‌କାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ବ୍ୟବସାୟିକ ସଂସ୍କାରର ସମୀକ୍ଷା କରାଯାଇଥିଲା। ସମସ୍ତ ନାଗରିକ ସେବାଗୁଡିକୁ ଅନଲାଇନରେ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗଗୁଡିକୁ ପରାମର୍ଶ ଦେଇଛନ୍ତିି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share