ଠିକାସଂସ୍ଥା ନାମରେ ଫୌଜଦାରି ମାମଲା ରୁଜୁ ନିର୍ଦ୍ଦେଶ

ଯାଜପୁର ଅଫିସ,୨ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ତାଳଚେର ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା କୁନାଳ ଷ୍ଟ୍ରକ୍ଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ମର୍ମରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ବି. ଅମିତ ସ୍ଥାଳେକର ଏବଂ ଏକ୍ସପର୍ଟ ମେମ୍ବର ପ୍ରଫେସର ଏ. ସେନ୍ଥିଲ ଭେଲ ମଙ୍ଗଳବାର ଏକ ମାମଲାର ଚୂଡ଼ାନ୍ତ ଶୁଣାଣୀ କରି ୧୫ ଦିନ ମଧ୍ୟରେ ନିର୍ଦ୍ଦେଶର ଅନୁପାଳନ କରିବାକୁ ଢେଙ୍କାନାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ ବହ୍ଲର ଛକଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ ରାସ୍ତା ନିର୍ମାଣାଧୀନ ଥିବାବେଳେ ଠିକାସଂସ୍ଥା କୁନାଲ ଷ୍ଟ୍ରକ୍ଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କାମାକ୍ଷାନଗର ଓ ପରଜଙ୍ଗ ତହସିଲ ଅଞ୍ଚଳରୁ ବେଆଇନ ଭାବେ ମାଟି,ମୋରମ, ଚିପ୍ସ ଖନନ କରି ଉତ୍ତୋଳନ କରିଆସୁଥିଲା। ଏହାସହ ଆଇନ ଉଲ୍ଲଂଘନ କରି ଜଙ୍ଗଲ କିସମ, ଅବାଦଯୋଗ୍ୟ ଅନାବାଦୀ, ଗୋଚର କିସମ ସରକାରୀ ଜମିରୁ ବେଆଇନ ଭାବେ ମାଟି, ମୋରମ, ପଥର ଉତ୍ତୋଳନ କରୁଥିବା ନେଇ ୨୦୨୦ରେ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ଏନ୍‌ଜିଟିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଏନ୍‌ଜିଟିରେ ୧୦/୨୦୨୦/ଇଜେଡରେ ଏକ ମାମଲା ରୁଜୁ ହୋଇଥିଲା। ବିଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ମାମଲାର ଚୂଡ଼ାନ୍ତ ଶୁଣାଣୀ ହୋଇଛି। ଏନ୍‌ଜିଟି ରାୟରେ ଆହୁରି ପ୍ରକାଶ କରିଛନ୍ତି, କୁନାଲ ନାମକ ଠିକା ସଂସ୍ଥା ସମୁଦାୟ ୬୬ ଟି ଜଙ୍ଗଲ ଜମି, ସରକାରୀ ଜମି ଓ ଘରୋଇ କିସମ ଜମିରୁ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ କରିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଫୌଜଦାରୀ ମାମଲା ରୁଜୁ ହୋଇ ନାହିଁ। ତେଣୁ ଓଡ଼ିଶା ମାଇନର ମିନେରାଲ କନସେଶନ ରୁଲ୍ସ-୨୦୧୬ର ଧାରା ୫୧ ଅନୁସାରେ ଠିକାସଂସ୍ଥା ନାମରେ ଫୌଜଦାରୀ ମାମଲା ସହିତ ବେଆଇନ ଭାବେ ଉତ୍ତୋଳନ କରିଥିବା ଲଘୁ ଖଣିଜ ଦ୍ରବ୍ୟର ସମସ୍ତ ସ୍ଥାନଗୁଡ଼ିକର ପରିବେଶ କ୍ଷୟକ୍ଷତି ଭରଣ ନିମନ୍ତେ ଆବଶ୍ୟକ ଜରିମାନା ଆଦାୟ କରିବା ପାଇଁ ଢେଙ୍କାନାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ମାମଲାର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri