ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି ଏନେଇ ବିଇଓ ଏବଂ ଡିଇଓ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କ ପ୍ରତି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି।
ଜାତି, ଜନ୍ମ ଏବଂ ଶିକ୍ଷାଗତ ପ୍ରମାଣପତ୍ର ଜାଲିଆତି ପାଇଁ ୩୦୦ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସମସ୍ତଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରାଯାଇଛି। ନକଲି ଶିକ୍ଷକମାନଙ୍କୁ ଧରିବା ପାଇଁ ପଦକ୍ଷେପ ନେବାକୁ ସରକାର ବିଇଓ ଏବଂ ଡିଇଓଙ୍କୁ ଏସ୍ଓପି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଏପରି ନିର୍ଦ୍ଦେଶ ଆସିବା ପରେ ନକଲି ଶିକ୍ଷକଙ୍କ ମଧ୍ୟରେ ଛନା ପଶିଛି।