Categories: ଫୁରସତ

ଅନ୍‌ଲାଇନ୍‌ରେ ୧୨ ହଜାର ଟଙ୍କାର ଟୁଥ୍‌ବ୍ରଶ୍‌ ମଗାଇଥିଲେ, ଆସିଲା ଏମିତି କିଛି

ଆଜିକାଲି ଅନ୍‌ଲାଇନ୍‌ କିଣାବିକାରେ ଲୋକମାନେ ଠକାମିର ଶିକାର ହେଉଛନ୍ତି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ଗ୍ରାହକ ଆମାଜନରୁ ୧୨,୦୦୦ ଟଙ୍କା ମୂଲ୍ୟର ଟୁଥ ବ୍ରଶ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ଏମ୍‌ଡିଏଚ୍‌ ଚାଟ୍‌ ମସଲା ମିଳିଥିଲା।
@Badassflowerbby ନାମକ ଜଣେ ଟୁଇଟର ୟୁଜର୍ସଙ୍କ ଦ୍ୱାରା ଅନଲାଇନ ଶପିଂ ସମ୍ବନ୍ଧୀୟ ଏକ ପୋଷ୍ଟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ୟୁଜର୍ସ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ୧୨,୦୦୦ ଟଙ୍କା ମୂଲ୍ୟର ଏକ ଇଲେକ୍ଟ୍ରୋନିକ ବ୍ରଶ ଅର୍ଡର କରିଥିଲେ। ସେ ପାର୍ଶଲ ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ। ପାର୍ଶଲ ୧୨,୦୦୦ ଟଙ୍କା ମୂଲ୍ୟର ବ୍ରଶ ବଦଳରେ ୪ ଏମ୍‌ଡିଏଚ୍‌ ଚାଟ ମସାଲାର ଏକ ପ୍ୟାକେଟ ପାଇଥିଲେ। ଏନେଇ ଆମାଜନରେ ସେ ଅଭିଯୋଗ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଉତ୍ତର ମିଳିନାହିଁ।

Share