ଚିକେନ ଅର୍ଡର କରି ୨୦ ହଜାର ନେଇଗଲେ

ପାରାଦୀପ,୧।୨:(ଶରତ ରାଉତ)ପାରାଦୀପ ସାମୁଦ୍ରିକ ଥାନା ଅନ୍ତର୍ଗତ ମାଛଧରା ବନ୍ଦର ପରିସରରେ ବୁଧବାର ଜଣେ ଚିକେନ ବ୍ୟବସାୟୀ ସାଇବର ଠକେଇର ଶିକାର ହୋଇଛନ୍ତି। ଚିକେନ ଅର୍ଡର କରିବା ନଁାରେ ତାଙ୍କଠାରୁ ୨୦ ହଜାର ଟଙ୍କା ଠକି ନିଆଯାଇଛି। ଏ ନେଇ ସମ୍ପୃକ୍ତ ବ୍ୟବସାୟୀ ପ୍ରଶାନ୍ତ ନାଥ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତଙ୍କୁ ବୁଧବାର ସକାଳ ପ୍ରାୟ ୬ଟାରେ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ସେଥିରେ ଜଣେ ବ୍ୟକ୍ତି ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇ ୨୦ କିଲୋ ଚିକେନ ଅର୍ଡର କରିଥିଲେ। ସେ କହିଥିଲେ ଆମେ ୧୫ ଦିନ ପାରାଦୀପରେ ରହିବୁ। ଦୈନିକ ୨୦ କେଜି ଲେଖାଏ ଚିକେନ ନେବୁ। ଏନେଇ ମୂଲଚାଲ ଫାଇନାଲ ହୋଇଥିଲା। ତା’ପରେ ସମ୍ପୃକ୍ତ ବ୍ୟକ୍ତି ପ୍ରଶାନ୍ତଙ୍କୁ ଚିକେନ ରେଡି କରି ୫ ଦିନର ବିଲ୍‌ ହ୍ବାଟ୍ସଆପ୍‌ରେ ପଠାଇବାକୁ କହିଥିଲେ। ସେ କହିଥିଲେ, ଟଙ୍କା ନେଇ ଆମ ଗାଡି ଯିବ। ତାକୁ ଚିକେନ ଦେଇଦେବ। ଏହାପରେ ପ୍ରଶାନ୍ତ ସକାଳ ୯ ଟା ସୁଦ୍ଧା ଚିକେନ କାଟି ଫୋନ କରିଥିଲେ। ସେଠାରୁ ଉତ୍ତର ମିଳିଲା ଆମେ ବ୍ୟାଙ୍କରେ ଅଛୁ। ତୁମ ଅନ୍‌ଲାଇନ୍‌ ଓ୍ବାଲେଟ୍‌ର ସ୍କାନର ପଠାଅ। ଆମେ ଟଙ୍କା ପଠାଇଦେବୁ। ପ୍ରଶାନ୍ତ ଉକ୍ତ ସ୍କାନର ଫଟୋ ପଠାଇବା ପରେ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ଯାଉ ନ ଥିବା ଦର୍ଶାଇ ୧ ଟଙ୍କା ପଠାଇବାକୁ କହିଥିଲେ। ପ୍ରଶାନ୍ତ ଏହା ପଠାଇବା ପରେ ଜଣାପଡୁନାହିଁ ବୋଲି ଦର୍ଶାଇ ପୁନର୍ବାର ଆଉ ୫ ଟଙ୍କା ପଠାଇବାକୁ କହିଥିଲେ। ବିଶ୍ୱାସ କରି ପ୍ରଶାନ୍ତ ଉକ୍ତ ଟଙ୍କା ପଠାଇବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟିଯାଇଛି। ତା’ପରଠାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଛି। ପ୍ରଶାନ୍ତ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ ପ୍ରଶାନ୍ତ କାଟିଥିବା ୨୦ କିଲୋ ଚିକେନ୍‌ ମଧ୍ୟ ନଷ୍ଟ ହୋଇଯାଇଛି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବବିତା ଦଳେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ କ୍ଷତିପୂରଣ ଦାଦି କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ...

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଗର୍ଜିଲେ ତାରା: ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ଅସମ୍ଭାଳ ହେବ ସ୍ଥିତି

କୋରାପୁଟ,୨୩ା୧୨: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, ଆସନ୍ତା ୨୫ ତାରିଖ...

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୨୩ା୧୨: କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ପ୍ରଥମ ଦିବସରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ରବିବାର ଅନୁଷ୍ଠିତ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri