Categories: ଫୁରସତ

୨୦୧୮ରୁ ଅନ୍‌ଲାଇନ୍‌ରେ ଅର୍ଡର କରିଛନ୍ତି ଚପଲ, ଏଯାଏ ହୋଇନି ଡେଲିଭରି

ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବ୍ୟକ୍ତି ଜଣକ ୨୦୧୮ରୁ ଅନ୍‌ଲାଇନ୍‌ରେ ଏକ ଚପଲ ଅର୍ଡର କରିଥିଲେ। ଏହି ସମୟରେ ସେ ଅନେକ ବର୍ଷା, ବନ୍ୟା, ମହାମାରୀ ଦେଖିଲେ, ଭାରତ ବିଶ୍ୱକପ ହରାଇବାର ବି ଦେଖିସାରିଲେଣି ମାତ୍ର ଚପଲ ଦେଖିପାରିଲେ ନାହିଁ। କାରଣ ତାଙ୍କ ଚପଲ ଆଜି ପର୍ଯ୍ୟନ୍ତ ଡେଲିଭରି ହୋଇପାରିନାହିଁ। ଏବେ କମ୍ପାନୀ ୬ ବର୍ଷ ପରେ ତାଙ୍କ ନିକଟକୁ ଫୋନ୍‌ କରିବାରୁ ଘଟଣାଟି ସାମ୍ନାକୁ ଆସିଛି।

ଏହସାନ ନାମକ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ତାଙ୍କ ଅର୍ଡରର ସ୍କ୍ରିନଶଟ୍‌ ଶେୟାର କରିଛନ୍ତି। ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ ୬ ବର୍ଷ ପୂର୍ବେ ସ୍ପାର୍କ କମ୍ପାନୀର ଏକ ଚପଲ ଅର୍ଡର କରିଥିଲେ। ଚପଲର ମୂଲ୍ୟ ୪୮୫ ଟଙ୍କା ଏବଂ ବିକ୍ରେତାଙ୍କ ନାମ ଗୁରୁ ଜୀ ଏଣ୍ଟରପ୍ରାଇଜ ଥିଲା। ଏହି ଅର୍ଡର ୧୬ ମେ’ ୨୦୧୮ରେ କନ୍‌ଫର୍ମ ହୋଇଥିଲା। ୧୯ ମେ’ରେ ପଠାଯାଇଥିଲା ଏବଂ ଏହା ପରେ ଏହା ଫ୍ଲିପକାର୍ଟ ଆପ୍‌ରେ ଡେଲିଭରି ପାଇଁ ଦେଖାଇଥିଲା।

କିନ୍ତୁ ୨୦ ମେ’ ୨୦୨୪ ପାସ ହେଲା ଏବଂ ତାଙ୍କ  ଅର୍ଡର ଆସିଲା ନାହିଁ। କିନ୍ତୁ ଦୁଇ ଦିନ ପୂର୍ବେ ହଠାତ୍‌ ଫ୍ଲିପ୍‌କାର୍ଟର ଗ୍ରାହକ ସେବା ବିଭାଗରୁ ଏକ କଲ୍‌ ଆସିଥିଲା ଏବଂ ବ୍ୟକ୍ତି ଜଣକ ଏହସାନଙ୍କୁ ପଚାରିଥିଲେ ଯେ, ସେ ଏହି ଅର୍ଡରରେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି? ଅର୍ଡର ନ ପାଇବା ପରେ ସେ ହୁଏତ ତାଙ୍କ ଅଭିଯୋଗ ଦାଖଲ କରିଥିବେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ଅର୍ଡର ସହିତ କୌଣସି କ୍ୟାନ୍‌ସେଲ ବିକଳ୍ପ ନ ଥିଲା। ଯେଉଁ କାରଣରୁ ସେ ଏହାକୁ କ୍ୟାନ୍‌ସେଲ୍‌ କରିପାରି ନ ଥିଲେ। ଯେତେବେଳେ ହଠାତ୍‌ ତାଙ୍କୁ ଏକ କଲ୍‌ ଆସିଲା, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ତାଙ୍କ ପୋଷ୍ଟକୁ ୧.୮ ଲକ୍ଷ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ଲୋକେ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବୋଧହୁଏ ଏହସାନ ନିଶ୍ଚିତ ଭାବରେ ଇଣ୍ଟରନେଟ ଏକ୍ସପ୍ଲୋରରରୁ ଫ୍ଲିପ୍‌କାର୍ଟ ଖୋଲିଥିବେ, ସେଥିପାଇଁ ପ୍ରତିକ୍ରିୟା ଏତେ ବିଳମ୍ବରେ ଆସିଥିଲା। ଜଣେ ୟୁଜର କହିଛନ୍ତି, ଭଲ ଜିନିଷ ଘଟିବାକୁ ସମୟ ଲାଗେ। ଆଉ ଜଣେ ୟୁଜର କହିଛନ୍ତି, ତାଙ୍କର ଗୋଟିଏ ଜିନିଷ ୨୦୧୫ଠାରୁ ପେଣ୍ଡିଂ ଅଛି ଏବଂ ଏପର୍ଯ୍ୟନ୍ତ ତାହା ମିଳିନାହିଁ।

Share