Categories: ବାଣିଜ୍ୟ

ମହଙ୍ଗା ପଡୁଛି ଅନ୍‌ଲାଇନରୁ ଖାଦ୍ୟ ମଗାଇବା

ନୂଆଦିଲ୍ଲୀ : ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଲୋକ ମୋବାଇଲ ଜରିଆରେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏପରିକି ଦେଶର ପ୍ରମୁଖ ଫୁଡ୍‌ ଡେଲିଭରିଂ ସଂସ୍ଥାଗୁଡ଼ିକ ମଧ୍ୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇ ଦେଉଛନ୍ତି। ହେଲେ ଉକ୍ତ ସେବା ବାବଦକୁ ନେଉଥିବା ଅର୍ଥ ଅଫ୍‌ଲାଇନ ଖାଦ୍ୟର ମୂଲ୍ୟଠାରୁ ବେଶ୍‌ ଅଧିକ ରହୁଛି। ବିଶେଷକରି ଯୁବବର୍ଗ ଓ କର୍ମଜୀବୀ ଅନ୍‌ଲାଇନରୁ ଖାଦ୍ୟ ମଗାଇବା ଏକ ସାଧାରଣ କଥା ପାଲଟିଯାଇଛି। ଅପରପକ୍ଷରେ ଫୁଡ୍‌ ଡେଲିଭରି ସଂସ୍ଥା ଜୋମାଟୋରୁ ଖାଦ୍ୟ ବରାଦ କରିବା ସିଧାସଳଖ ରେଷ୍ଟୁରାଣ୍ଟ୍‌ ଯାଇ ଖାଦ୍ୟ ଖାଇବା ଅପେକ୍ଷା ବେଶି ଦାମୀ ପଡୁଛି ବୋଲି ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସମାନେ ଯୁକ୍ତି ବାଢିଛନ୍ତି।

Share