‘ପରୀ’ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ନୟାଗଡ଼ର ‘ପରୀ’ ହତ୍ୟା ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଗୁରୁବାର ଶୁଣାଣି ହୋଇଛି। ପରୀ ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍‌ପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାର ଅପ୍‌ଡେଟ୍‌ ଷ୍ଟାଟ୍‌ସ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆସନ୍ତା ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି।

Share