Categories: ଜାତୀୟ

ଅଧ୍ୟାଦେଶ ପ୍ରସଙ୍ଗ: କଂଗ୍ରେସର ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୭ : ଅଧ୍ୟାଦେଶ ପ୍ରସଙ୍ଗ ଉପରେ କଂଗ୍ରେସ ଏକ ବଡ ଘୋଷଣା କରିଛି। ଏହି ପ୍ରସଙ୍ଗରେ ଦଳ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଛି। ରବିବାର କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ ନେଇ ଆମର ଆଭିମୁଖ୍ୟ ସ୍ପଷ୍ଟ। କଂଗ୍ରେସ ଅଧ୍ୟାଦେଶକୁ ବିରୋଧ କରିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଶାବାଦୀ ଥିଲେ ଅନ୍ୟ ବିରୋଧୀ ଦଳଙ୍କ ପରି କଂଗ୍ରେସ ମଧ୍ୟ ଅଧ୍ୟାଦେଶ ପ୍ରସଙ୍ଗରେ ତାଙ୍କୁ ସମର୍ଥନ କରିବ। ଶେଷରେ ତାଙ୍କୁ କଂଗ୍ରେସର ସାହାରା ମିଳିଛି।

ମେ ୧୧ ରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଜମି, ଆଇନ ଶୃଙ୍ଖଳା ତଥା ଟ୍ରାନ୍ସଫର ପୋଷ୍ଟିଂ ସମେତ ଅନ୍ୟାନ୍ୟ ପ୍ରସଙ୍ଗର ଯତ୍ନ ନେବାକୁ ଅଧିକାର ଦେଇଥିଲେ। କିନ୍ତୁ ମେ ୧୯ରେ କେନ୍ଦ୍ର ଦେଶର ରାଜଧାନୀ ଏବଂ ଦିଲ୍ଲୀକୁ ଏକ ସଂଘ ଘୋଷଣା କରିଥିଲା ଅଧ୍ୟାଦେଶ ଜାରି କରି ଉପରାଜ୍ୟପାଳଙ୍କୁ ଦିଲ୍ଲୀର ପ୍ରକୃତ କ୍ଷମତା ପ୍ରଦାନ କରାଯାଇଥିଲା। ଏହା ପରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଥିଲେ।

Share