Advertisement

ଓରେରାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ର ନୂତନ ୱେବ୍‌ସାଇଟ୍‌ https://rera.odisha.gov.in ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓରେରା ସଂସ୍କରଣ ୨.୦ର ଆନୁଷ୍ଠାନିକ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବରେ ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓରେରା (ସଦସ୍ୟ) ପ୍ରଦୀପ କୁମାର ବିଶ୍ୱାଳ ଏବଂ ଗୋପାଳ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତି ଥିଲେ। ଏହି ଅବସରରେ ଦାସ କହିଥିଲେ, ବ୍ୟବସ୍ଥାରେ ସ୍ବଚ୍ଛତା, ଦକ୍ଷତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବାରେ ରେରା ପାଇଁ ଏହା ଏକ ଐତିହାସିକ ଦିନ ହୋଇଥିଲାବେଳେ ରେକର୍ଡ ସମୟ ମଧ୍ୟରେ ଏହି ନୂତନ ୱେବ୍‌ସାଇଟକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ସେ ସମସ୍ତ ଅଧିକାରୀ ଏବଂ ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏପରିକି ଏହା ବ୍ୟବହାରକାରୀ ଅନୁକୂଳ ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ସହାୟକ ହେବ ବୋଲି ଦାସ ଆଶା କରିଛନ୍ତି। ସେହିଭଳି ଓରେରା ସଚିବ ଶ୍ରାବଣୀ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୀପକ କୁମାର ବେଶରା ଧନ୍ୟବାଦ ଅର୍ପଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel