ଅଙ୍ଗଦାନ

ଜୀବନ ପାଇଁ ଉଭୟ ଅଙ୍ଗଦାନ ଓ ପ୍ରତିରୋପଣର ଗୁରୁତ୍ୱ ରହିଛି। ଜଣେ ବ୍ୟକ୍ତିର ଅଙ୍ଗଦାନ ଏକ କିମ୍ବା ଏକାଧିକ ଜୀବନ ବଞ୍ଚାଇଦେଇପାରେ। କିନ୍ତୁ ଭାରତରେ ଏହି କାର୍ଯ୍ୟକ୍ରମରେ ଶିଥିଳତା ଓ ଅସମାନତା ଦେଖାଯାଇଛି। ଗତ ସପ୍ତାହରେ ଲୋକ ସଭାରେ ଅଙ୍ଗଦାନ ଓ ପ୍ରତିରୋପଣ ସମ୍ପର୍କିତ ପ୍ରଶ୍ନଉତ୍ତରରୁ ଏହା ଜଣାପଡ଼ିଛିି। ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ସାଂସଦ କୁରୁଭା ଗୋରାନ୍ତଲା ମାଧବଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଏସ୍‌.ପି.ସିଂ ବଘେଲଙ୍କ ପ୍ରଦତ୍ତ ତଥ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରତିରୋପଣ ଅସମାନତାକୁ ସ୍ପଷ୍ଟ କରିଛି। ବଘେଲ କହିଥିଲେ ଯେ, ୧୯୯୫ରୁ ୨୦୨୧ ମଧ୍ୟରେ କରାଯାଇଥିବା ସମସ୍ତ ଅଙ୍ଗ ପ୍ରତିରୋପଣର ୮୦ ପ୍ରତିଶତ ପୁରୁଷଙ୍କଠାରେ ହୋଇଛି। ତଥ୍ୟ ମୁତାବକ ଏହି ସମୟ ମଧ୍ୟରେ ପୁରୁଷଙ୍କଠାରେ ୨୯,୬୯୫ ଅଙ୍ଗ ପ୍ରତିରୋପଣ କରାଯାଇଥିବାବେଳେ ଏ ଦିଗରେ ମହିଳାଙ୍କ ସଂଖ୍ୟା ଥିଲା ୬୯୪୫, ଯାହାର ଅନୁପାତ ପ୍ରାୟ ୪:୧। ସରକାରଙ୍କ ଦ୍ୱାରା ନ୍ୟାଶନାଲ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ କରାଯାଇ ଲୋକଙ୍କୁ ଅଙ୍ଗଦାନ ଉପରେ ସଚେତନ କରାଯାଉଛି ବୋଲି ବଘେଲ କହିଥିଲେ। ଅନ୍ୟ ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ, ଦେଶରେ ମୋଟ ଅଙ୍ଗଦାନ ମଧ୍ୟରୁ ୯୩ ପ୍ରତିଶତ ଜୀବିତ ବ୍ୟକ୍ତି କରିଥାନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି, ୫ ଜଣ ଅଙ୍ଗଦାତାଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ଅଙ୍ଗ ପ୍ରତିରୋପଣ କରାଯାଉଥିବା ୫ ଜଣଙ୍କ ଭିତରେ ୪ ଜଣ ପୁରୁଷ ଅଛନ୍ତି। ଉଲ୍ଲେଖନୀୟ ଯେ, ଏହି ତଥ୍ୟକୁ ଆଧାରକରି ମାଧବ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ତେବେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଯେଉଁ ଅସମାନତା ତଥ୍ୟ ଦର୍ଶାଇଛନ୍ତି ତାହା କାରଣ ମଧ୍ୟ ବୁଝିବା କଷ୍ଟକର ନୁହେଁ। ଭାରତୀୟଙ୍କ ପରିବାରରେ ଯେ କେହି ଏହା ଅନୁଭବ କରିଥିବେ। ଉଦାହରଣସ୍ବରୂପ ପରିବାରରେ ଯଦି କୌଣସି ପୁରୁଷଙ୍କର କିଡ୍‌ନୀ(ବୃକ୍‌କ) ଖରାପ ହୋଇଯାଇଥାଏ ତେବେ ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କର ଭାଇ କିମ୍ବା ପୁଅ କିଡ୍‌ନୀ ଦେବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ କିଡ୍‌ନୀ ଦାନ କରିବା ଦେଖାଯାଏ। ଅନେକ କ୍ଷେତ୍ରରେ ଭଉଣୀ କିମ୍ବା ମା’ ମଧ୍ୟ ଅଙ୍ଗଦାନ କରିଥାନ୍ତି। ବିଶେଷକରି ଭାରତୀୟ ସମାଜ ପୁରୁଷପ୍ରାଧାନ୍ୟ। ପୁରୁଷ କେବଳ ପରିବାର ପ୍ରତିପୋଷଣ ଓ ରୋଜଗାରର ଉତ୍ସ ବୋଲି ଧରିନିଆଯାଏ। ସେହି କାରଣରୁ ଅଧିକାଂଶ ପରିବାରରେ ମହିଳାମାନେ ଅଙ୍ଗଦାନ କରିଥାନ୍ତି ଓ ପୁରୁଷମାନେ ତାହାକୁ ଗ୍ରହଣ କରନ୍ତି। କିନ୍ତୁ କୌଣସି ପରିସ୍ଥିତିରେ ପୁରୁଷମାନେ ପରିବାରର ମହିଳାଙ୍କ ପାଇଁ ଅଙ୍ଗଦାନ କରନ୍ତି ନାହିଁ। ଏଭଳି ମାନସିକତା ଯୋଗୁ ଅଙ୍ଗଦାନ ଓ ପ୍ରତିରୋପଣରେ ଅସମାନତା ଉପୁଜିବା ଥୟ।
ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ଅନୁପାତ କେବଳ ଚିନ୍ତାଜନକ ସ୍ଥିତିରେ ନାହିଁ, ବରଂ ଅଙ୍ଗଦାନ ଅପେକ୍ଷାରେ ଥିବା ବ୍ୟକ୍ତିଙ୍କ ତାଲିକାରେ ପ୍ରତି ୧୦ ମିନିଟ୍‌ରେ ଜଣେ ସାମିଲ ହେଉଛନ୍ତି ବୋଲି ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁୟାୟୀ ଅଙ୍ଗଦାନ ପାଇଁ ଏବେ ଭାରତରେ ୩ ଲକ୍ଷରୁ ଅଧିକ ଲୋକ ଅପେକ୍ଷାରେ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରତିଦିନ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟୁଛି। ୨୦୨୨ ସୁଦ୍ଧା ସଦ୍ୟ ମୃତ ତଥା ଜୀବିତ ଅଙ୍ଗଦାତାଙ୍କ ସଂଖ୍ୟା ୧୬,୦୪୧ରେ ପହଞ୍ଚିଥିଲା ଓ ଏବେ ଏହା ସାମାନ୍ୟ ବୃଦ୍ଧି ହୋଇଥାଇପାରେ। ତେବେ ଏଥିରେ ପ୍ରତିରୋପଣ ଅପେକ୍ଷାରେ ଥିବା ୧ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଚାହିଦା ପୂରଣ କରିବା ସମ୍ଭବପର ନୁହେଁ। ଉଲ୍ଲେଖନୀୟ ଯେ, ଗତ ଏକ ଦଶନ୍ଧି ହେଲା ଭାରତରେ ପ୍ରତି ୧୦ ଲକ୍ଷରେ ସଦ୍ୟମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ପ୍ରତିଶତ ୧ରୁ କମ୍‌ ରହିଆସିଛି। ଏଣୁ ଦେଶରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜ ଓ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏଆଇଆଇଏମ୍‌ଏସ୍‌)ଗୁଡ଼ିକରୁ ବର୍ଷକୁ ଯଦି ଅତିକମ୍‌ରେ ଜଣେ ମୃତକଙ୍କ ଅଙ୍ଗଗୁଡ଼ିକ ପାଇପାରିବା ତେବେ ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ। କାରଣ ଜଣେ ମୃତକଙ୍କ ଅଙ୍ଗଦାନ ୮ଜଣଙ୍କ ଜୀବନ ବଞ୍ଚାଇପାରିବ। ହେଲେ ଭାରତରେ ଅଙ୍ଗଦାନ ସ୍ଥିତି ଅତି ପୁରୁଣା ସ୍ତରରେ ରହିଯାଇଛି। ଉତ୍ତରପୂର୍ବାଞ୍ଚଳରେ ଏହା ଅତି ନଗଣ୍ୟ। ସଂଖ୍ୟାଧିକ ଭାରତୀୟ ଅଙ୍ଗଦାନ ସମ୍ପର୍କିତ ନୀତିନିୟମ ଉପରେ ସଚେତନ ନୁହନ୍ତି। ଏହି ଆଇନଗୁଡ଼ିକ ଜଟିଳ ଓ ଅଙ୍ଗଦାନରେ ଦୁର୍ନୀତି ଜଡ଼ିତ ବୋଲି ଲୋକଙ୍କ ଧାରଣା ରହିଛି। ଅବଶ୍ୟ ରକ୍ତଦାନରେ ବ୍ୟବସାୟିକ ଦିଗ ରହିଛି ଏବଂ ଅନେକ ରକ୍ତଦାନ ଶିବିରରେ ଗ୍ରହଣ କରାଯାଉଥିବା ରକ୍ତ ବିକ୍ରି କରିଦିଆଯାଏ। ସେହିଭଳି ଅଙ୍ଗଦାନରେ ମଧ୍ୟ କିଡ୍‌ନୀ ଚୋରି ହେବାର ଖବର ସମସ୍ତେ ଜାଣିଛୁ, କାରଣ ସେହି ଅଙ୍ଗଗୁଡ଼ିକ ଉଚ୍ଚ ମୂଲ୍ୟରେ ବିକ୍ରି କରିହୁଏ। ଏହା ବ୍ୟତୀତ ସମାଜରେ ପୁନର୍ଜନ୍ମକୁ ନେଇ ରୂଢିବାଦୀ ଧର୍ମୀୟ ଚିନ୍ତାଧାରା ମଧ୍ୟ ଅଙ୍ଗଦାନରେ ବାଧକ ସାଜୁଛି। ଏସବୁ ଦୃଷ୍ଟିରୁ ନୀତିନିର୍ଦ୍ଧାରକ ଓ ବିଭିନ୍ନ ସଂସ୍ଥା ବ୍ୟାପକ ସଚେତନତା ସୃଷ୍ଟି କଲେ ଅଙ୍ଗଦାନ ଏବଂ ପ୍ରତିରୋପଣ ସ୍ଥିତିରେ ଉନ୍ନତି ଅଣାଯିବା ସହ ଅନେକାଂଶରେ ଅସମାନତା ଦୂର କରାଯାଇପାରିବ।

ଭାରତରେ ଅଙ୍ଗଦାନ ସ୍ଥିତି ଅତି ପୁରୁଣା ସ୍ତରରେ ରହିଯାଇଛି। ଉତ୍ତରପୂର୍ବାଞ୍ଚଳରେ ଏହା ଅତି ନଗଣ୍ୟ। ସଂଖ୍ୟାଧିକ ଭାରତୀୟ ଅଙ୍ଗଦାନ ସମ୍ପର୍କିତ ନୀତିନିୟମ ଉପରେ ସଚେତନ ନୁହନ୍ତି। ଏହି ଆଇନଗୁଡ଼ିକ ଜଟିଳ ଓ ଅଙ୍ଗଦାନରେ ଦୁର୍ନୀତି ଜଡ଼ିତ ବୋଲି ଲୋକଙ୍କ ଧାରଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri