ବେଜିଂ,୯।୩ : ୨୦୨୩ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଉଇଗର ମୁସଲମାନମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ବିଶ୍ୱ ଉଇଗର୍ କଂଗ୍ରେସ ସାମିଲ ହୋଇଛି। ସଂସ୍ଥାର ନାମକୁ ତାଲକାରେ ସୂଚୀବଦ୍ଧ ପାଇଁ ମନୋନୀତ କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜର୍ମାନୀ ଭିତ୍ତିକ ବିଶ୍ୱ ଉଇଗର କଂଗ୍ରେସ ଶାନ୍ତି, ଗଣତନ୍ତ୍ର ଏବଂ ଉଇଗର ମୁସଲମାନମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଥାଏ। କାନାଡାର ସାଂସଦ, ନରୱେର ୟଙ୍ଗ ଲିବରାଲ୍ସର ନେତା, ନରୱେ ରାଜନୈତିକ ଦଳ ନରୱେ ଭେନଷ୍ଟ୍ରେ ରାଜନୈତିକ ଦଳର ଯୁବ ୱିଙ୍ଗ ଶାନ୍ତି ପୁରସ୍କାର ପାଇଁ ବିଶ୍ୱ ଉଇଗର କଂଗ୍ରେସକୁ ସୂଚୀବଦ୍ଧ ପାଇଁ ମନୋନୀତ କରିଛନ୍ତି।
ଡିସେମ୍ବରରେ ଓସଲୋରେ ନୋବେଲ ଶାନ୍ତି ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ବିଶ୍ୱ ଉଇଗୁରୁ କଂଗ୍ରେସର ନାମ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଥିବା କମିଟି ଦ୍ୱାରା ପ୍ରକାଶ କରାଯାଇ ନାହିଁ। କିନ୍ତୁ ଶାନ୍ତି ପୁରସ୍କାର ପାଇଁ ବିଶ୍ୱ ଉଇଗୁରୁ କଂଗ୍ରେସକୁ ମନୋନୀତ କରିଥିବା ଦୁଇ ଜଣ କାନାଡିଆନ ସାଂସଦଙ୍କ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଏକ ଚିଠିରେ ଦର୍ଶାଯାଇଛି ଯେ ବିଶ୍ୱ ଉଇଗୁରୁ କଂଗ୍ରେସର ଉଦ୍ଦେଶ୍ୟ ହେଉଛି ଉଇଗୁରୁ ଲୋକଙ୍କ ଗଣତନ୍ତ୍ର, ମାନବିକ ଅଧିକାର ଏବଂ ସ୍ବାଧୀନତାକୁ ପ୍ରୋତ୍ସାହିତ କରିବା।