ଓଆରଏଚଡିସି ଦୁର୍ନୀତି ମାମଲା: ପୀୟୁଷ ମହାନ୍ତିଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୫।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୁଷ ମହାନ୍ତିଙ୍କୁ ମିଳିଲା ଆଶ୍ୱସ୍ତି । କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ନିର୍ମାଣ ଏବଂ ଉନ୍ନୟନ ନିଗମ ମାମଲାରେ ଭିଜିଲାନ୍ସ କୋର୍ଟ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ପୂର୍ବତନ ଆଇଏଏସ ବିନୋଦ କୁମାର, ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

Share